Latest Odisha News

BREAKING NEWS

ଠକାଠକିର ସମୟ

ଅନ୍ୟକୁ ଠକିଦେବାକୁ ଅନେକଙ୍କୁ ଭଲ ଲାଗୁଥିଲେ ମଧ୍ୟ ନିଜେ ଠକି ହେବାକୁ କିନ୍ତୁ କାହାକୁ ବି ଭଲ ଲାଗେନି । ଆମର ଧାରଣା, ଚାଲାକ ଲୋକମାନଙ୍କୁ କେହି ଠକି ପାରିବେନି ବରଂ ବେଳ ପଡିଲେ ସେଇ ଚାଲାକ ଲୋକମାନେ ଆପଣା ଚାଲାକିପଣରେ ଅନ୍ୟମାନଙ୍କୁ ଅତି ସହଜରେ ବୋକା ବନେଇ ଠକି ଦେଇ ପାରିବେ । ମଜା କଥା…

ଗୋଦରା କୋଡ଼େ ଯେତେ ମାଡ଼େ ସେତେ

ଆମ ଓଡ଼ିଆରେ ଗୋଟେ କଥା ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଅର୍ଥ ସମସ୍ତେ ଜାଣନ୍ତି । ଆଜି ପୁଣି ସେ କଥା କାହିଁକି ?ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଅଗ୍ରାଧିକାର ଦେଉଛନ୍ତି । ଭଲ କଥା । ଖରାପ କିଏ କହିବ? କାହିଁକି ବା କହିବ? ହଁ ବିରୋଧି ଦଳଙ୍କ କଥା ଅଲଗା । ଅନେକ…

ଝାର

ଆମେ ଯାହାକୁ ନଈ ବୋଲି କହୁଥିଲୁ ପ୍ରକୃତରେ ସେଇଟି ଗୋଟେ ଯୋର ହିଁ ଥିଲା । ମହାନଦୀରୁ ବାହାରି ଆମ ଗାଁ ଦେଇ ଆଗକୁ ଅଳ୍ପ ବାଟ ଯାଇ ସରିଯାଇଥିଲା । ମହାନଦୀର ସମୁଦ୍ର ମୁହାଣ ବେଶୀ ବାଟ ନଥିଲା, ତେଣୁ ଆମ ଯୋରରେ ଦିନକୁ ଦିଇ ଥର ଜୁଆର ନିଶ୍ଚୟ ଆସୁଥିଲା । ଅମାବାସ୍ୟା ଓ ପୂର୍ଣ୍ଣିମାରେ ଯୋରର ପାଣି…

ନିର୍ମଳ ଶ୍ରୋତା

କିଛି ଦିନ ତଳେ ଓଡିଶାର ଜଣେ ବିଶିଷ୍ଟ ଲୋକଙ୍କର ଇ-ମେଲ୍ ପାଇଥିଲି । ଶୀତତାପ ନିୟନ୍ତ୍ରିତ ଭୁବନେଶ୍ୱରର ଏକ ସମ୍ଭ୍ରାନ୍ତ ହୋଟେଲ୍ ରେ ଆୟୋଜିତ ହେବାକୁ ଥିବା ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ ଥିଲା । ଫେରନ୍ତା ମେଲ୍ ରେ ମୋର ସମ୍ମତି ଜଣାଇବାକୁ କୁହାଯାଇଥିଲା ।…

କଳା ଗଗଲସ୍ ପିନ୍ଧା ରାବଣ ଓ ଆମ ସୁରତ ଫେରନ୍ତା ହୀରୋମାନେ

-ରମାକାନ୍ତ ସାମନ୍ତରାୟ ପିଲାଦିନେ ମୋ ମାମୁଁଘର ଗାଁରେ ପ୍ରତିବର୍ଷ ରାମଲୀଳା ହେଉଥିଲା । ରାମଲୀଳାରେ ମୋର ଦୁଇଟି ପସନ୍ଦଯୋଗ୍ୟ ଚରିତ୍ର ଥିଲେ ହନୁମାନ ଓ ରାବଣ । ଅବଶ୍ୟ ହନୁମାନ ଚରିତ୍ରକୁ ପ୍ରାୟ ପିଲା ପସନ୍ଦ କରୁଥିଲେ । ମୁଁ କିନ୍ତୁ ହନୁମାନଙ୍କ ସହ ରାବଣଙ୍କୁ ବି ଭଲପାଉଥିଲି । କାରଣଟି…

ଗଦ୍ୟ: କହି-ବୋଲି ପାରିଲା ଯିଏ

ହଠାତ୍ ଏମିତି ଖୋଜୁ ଖୋଜୁ ଆମାଜନ (ଅପନା ଆମାଜନ୍) ରେ ଦେଖିଲି ସେଠି ନଈ ବାଲି ବିକ୍ରି ହେଉଛି । ଦଶ କିଲୋକୁ ସାତଶହ ଟଙ୍କା । ତଳକୁ ସେ ଶୁଦ୍ଧ ନଈ ବାଲିକୁ ଖରିଦ କରି ଆପଣ ତା’ର କ’ଣ କ’ଣ ସଦୁପଯୋଗ କରିପାରିବେ ତା’ର ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯାଇଛି । କିଛି ମାସ ତଳେ ସେଇ ଅପନା ଆମାଜନରେ ଗାଈ…

ପରକୀୟା

ପରକୀୟା ରମାକାନ୍ତ ସାମନ୍ତରାୟ ବିନୟ ଘର ଆଗ ଗେଟ ପାଖରେ ପହଞ୍ଚିଲାବେଳୁ ହିଁ ବିରକ୍ତ ହୋଇସାରିଥିଲା । ବେଜାଏ ଗେଟକୁ ଖଟଖଟ କଲା ପରେ ଯାଇଁ ଲତା ଲାଇଟ ଜଳେଇ କବାଟ ଫିଟେଇ ଗେଟ ଖୋଲିଲା, ବିନୟ ହାତରୁ ପରିବା ବ୍ୟାଗ ଓ ହେଲମେଟ ଧରୁ ଧରୁ ଟି.ଭି. ଦେଖୁଥିଲି ବୋଲି ସଫେଇ ଦେଲା । ବିନୟ କିଛି…