Latest Odisha News

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଜାରି, ୨୦ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କିଏ ହେବେ ହାଇକମାଣ୍ଡ ?

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ହାତରୁ ଖସିବ କଂଗ୍ରେସ କମାଣ । ଶଶୀ ଥରୁର୍ ନା ମଲ୍ଲିକାର୍ଜୁନ୍ ଖଡ଼ଗେ କିଏ ହେବେ କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ହେଉଛି । ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ରର ୬୭ଟି ବୁଥରେ ଭୋଟ୍ ଦେଉଛନ୍ତି ୯୩୦୦ରୁ ଅଧିକ କଂଗ୍ରେସ ନେତା ।…

ମିଳିଲାନି ଜାମିନ୍, ଜେଲରେ ରହିବେ ରହସ୍ୟମୟୀ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକମେଲର ଅର୍ଚ୍ଚନାର ଜାମିନ୍ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର SDJM କୋର୍ଟ ସୋମବାର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ଅକ୍ଟୋବର ୬ରେ ଗିରଫ ପରେ ଜେଲରେ ରହିଛି । ଅର୍ଚ୍ଚନା ନାଗ ତା ନାଗ ଫାସରେ…

ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ, ୨୦ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣି ବଳୟଟି ବାୟୁମଣ୍ଡଳର ୩.୧ କିମି ଯାଏ ବ୍ୟାପିଛି । ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ…

ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ନେଇ କ’ଣ କହିଲେ କଟକ ଡିସିପି ?

କଟକ: ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ବର୍ବରତା ପରେ ମୁହଁ ଖୋଲିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଦୁର୍ବୃତ୍ତ ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ଟ୍ରାଫିକ୍ ପୋଲିସ ଦେଖି ନାହିଁ । ପୋଲିସ ଯାଞ୍ଚ କରୁଛି । ଯଦି ଦୁର୍ବୃତ୍ତ କୌଣସି ଟ୍ରାଫିକ୍ ପୋଷ୍ଟ…

ଭାଇଚାରାର ସହରରେ ଭାଇଗିରି, ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇଲେ ଦୁର୍ବୃତ୍ତ

କଟକ: କଟକରେ ତାଲିବାନୀ ଶାସନ । ଅଧଘଣ୍ଟାର ଆତଙ୍କରେ ଭୟଭୀତ କଟକବାସୀ । କଟକରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ପ୍ରାୟ ୨ କିଲୋମିଟର ଦୌଡ଼ାଇଛନ୍ତି । ଜନଗହଳି ପୂର୍ଣ୍ଣ କଟକ ସହରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି । ସନ୍ଧ୍ୟା ସମୟରେ ଭାଇଚାରାର…

ନବୀନଙ୍କ ବଡ଼ ଘୋଷଣା, ନିୟମିତ ହେବେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର: କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ନିୟମିତ ହେବ । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବା ପରେ ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବା ନେଇ ଘୋଷଣା…

ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ମାରିଦେଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ଟାର୍ଗେଟ୍ କିଲିଂ । ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି । ଶୋପିଆନର ଚୌଧୁରୀ ଗୁଣ୍ଡରେ କାଶ୍ମୀରୀ ପଣ୍ଡିତ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ଗୁଳି କରି ମାରି…

୨୦ ବେଳକୁ ବଙ୍ଗୋପସାଗରରେ ଲଘୁଚାପ, ଆରମ୍ଭ ହେବ ମୌସୁମୀ ଅପସାରଣ ପ୍ରକ୍ରିୟା !

ଭୁବନେଶ୍ୱର: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଓଡ଼ିଶା । ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ…

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ…

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନୂଆ ସରକାର ଲାଗି ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ହିମାଚଳ ବିଧାନସଭା…