Latest Odisha News

ପୁଣି ମହଙ୍ଗା ମାଡ଼, ନୂଆ ଗ୍ୟାସ୍ ସଂଯୋଗ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଛି । ଗତ କିଛିମାସ ମଧ୍ୟରେ ରୋଷେଇ ଘରେ ବ୍ୟବହୃତ ବିଭିନ୍ନ ଜିନିଷର ଦର ବଢ଼ିଥିବା ବେଳେ ଏବେ ନୂଆ ଘରୋଇ ଗ୍ୟାସ୍ ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ଆସନ୍ତାକାଲି ଜୁନ୍ ୧୬ ତାରିଖରୁ ତୈଳ କମ୍ପାନୀ ଗ୍ୟାସ୍ ସଂଯୋଗ କ୍ଷେତ୍ରରେ…

ଆଗାମୀ ୪୮ ଘଣ୍ଟାରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଅନୁକୂଳ ହେଉଛି ପାଗ । ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା । ଏବେ ଦକ୍ଷିଣ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ଟ୍ୱିଟ୍…

ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ଉଦ୍ଧାର

କଟକ: ୨ ସପ୍ତାହ ବ୍ୟବଧ୍ୟାନରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ହାତୀ କଙ୍କାଳ ମିଳିଲାଣି । ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ୨ଟି ଦନ୍ତାହାତୀର କଙ୍କାଳ ମିଳିଥିଲା । ଆଉ ମଙ୍ଗଳବାର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖରୋଡ଼ ଗାଁ ନିକଟରୁ ଆଉ ଏକ ହାତୀର କଙ୍କାଳ…

ଅଣବସର ଘରେ ଶ୍ରୀଜୀଉ, ଆରମ୍ଭ ହେଲା ଅଲାରନାଥ ଦର୍ଶନ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଜରରେ ପଡ଼ିଛନ୍ତି ଠାକୁର । ଅଣବସର ଘରେ ଠାକରୁ ଥିବାବେଳେ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଆଜି ଭୋରରୁ ଅଲାରନାଥ ପୀଠରେ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡ଼ପଲାଗି ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ…

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର…

ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ, ଆସନ୍ତା ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ଆଶଙ୍କା

ଭୁବନେଶ୍ୱର: ରଜରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପ୍ରାକ୍-ମୌସୁମୀ ବର୍ଷା । ଅନ୍ୟପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ଓ ବଜ୍ରପାତ ଆଶଙ୍କା ରହିଛି । ୧୮ ତାରିଖ ଯାଏ ଏଭଳି ସ୍ଥିତି ବିଭିନ୍ନ ଜିଲ୍ଲାରେ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଧରାପଡ଼ିଲେ ଦରମା ଫେରାଇବେ ନକଲି ଶିକ୍ଷକ: ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ଛାଡ଼ ପାଇବେନି ନକଲି ଶିକ୍ଷକ । ରାଜ୍ୟରେ ୨୦୧୯ ମସିହାରୁ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ହୋଇଛି । ଏବେ ସୁଦ୍ଧା ୧୦୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ି ଜେଲ୍ ମଧ୍ୟ ଯାଇଛନ୍ତି । ସେହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

୯ ଛୁଆଙ୍କ ମାଆ ଏହି ମଡେଲ୍, କ୍ୟାମେରାମ୍ୟାନ ପ୍ରେମରେ ପଡ଼ି ସ୍ୱାମୀଙ୍କୁ ଛାଡ଼ିଦେଲେ…

ନୂଆଦିଲ୍ଲୀ: ଅଲଗା ହେବେ ଅମାଣ୍ଡା ଓୱେନ୍ ଓ କ୍ଲିଭ୍ ଓୱେନ୍ । ହଲିଉଡର ଜଣାଶୁଣା ଶୋ ଆୱାର ୟର୍କସିର୍ ଫାର୍ମର ଅଭିନେତ୍ରୀ ତଥା ମଡେଲ୍ ଅମାଣ୍ଡା ନିଜ ପତିଙ୍କ ଠାରୁ ଅଲଗା ହେବେ । ୮ ମାସ ହେଲା ଅମାଣ୍ଡା, କ୍ଲିଭ ଅଲଗା ହେବା ଖବର ସାମ୍ନାକୁ ଆସୁଥିଲା । ଏବେ ୪୭ ବର୍ଷୀୟ ଅମାଣ୍ଡା ଏବଂ ତାଙ୍କ ୬୩…

ଏବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା

କଟକ: ଚଳିତ ବର୍ଷ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ନେଇ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର । କୋଭିଡ୍‌ ପାଇଁ ଦୁଇ ବର୍ଷ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ ରହିଥିଲା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା ରଖାଯାଇଛି…

ବେଟିଂ ବିଜ୍ଞାପନ ନେଇ ଆଡଭାଇଜରି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ମନା । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କରିଛି ଆଡଭାଇଜରି । ମୁଦ୍ରିତ, ବୈଦ୍ୟୁତିକ ଓ ଡିଜିଟାଲ୍ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରାଯାଇଛି । ଦେଶର ଅଧିକାଂଶ ସ୍ଥାନରେ ବେଟିଂ ବା ଜୁଆ ଖେଳ ବେଆଇନ୍ ଅଟେ ।…