Latest Odisha News

BREAKING NEWS

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର ସୁଯୋଗ ମିଳିବ । ତେବେ ଏହି ନିଯୁକ୍ତି ସେନା ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ହେବ ।

ପ୍ରଥମେ ମାସିକ ବେତନ ୩୦ ହଜାର ଟଙ୍କା ମିଳିବ । ଏହାଛଡ଼ା ୪ ବର୍ଷ ପାଇଁ ଦିଆଯିବାକୁ ଥିବା ଏହି ନିଯୁକ୍ତିରେ ଇପିଏଫ୍/ପିପିଏଫ୍ ସହିତ ଅଗ୍ନିବୀର ପ୍ରଥମ ବର୍ଷରେ ୪.୭୬ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଚତୁର୍ଥ ବର୍ଷ ସୁଦ୍ଧା ମାସିକ ଆୟ ୪୦ ହଜାର ଅର୍ଥାତ୍ ବାର୍ଷିକ ୬.୯୨ ଲକ୍ଷ ଟଙ୍କା ପାଇବେ ।

ଏଥିସହ ଅଗ୍ନିବୀରଙ୍କୁ ଏଣ୍ଡ ହାର୍ଡସିପ୍, ରାସନ, ଡ୍ରେସ୍ ଓ ଯାତାୟତ ଖର୍ଚ୍ଚ ମିଳିବ । ସେବା ସମୟରେ ଶାରିରୀକ ଅକ୍ଷମ ହେଲେ ଅଣ-ସେବା ସମୟର ସମ୍ପୂର୍ଣ୍ଣ ଦରମା ସହ ସୁଧ ମିଳିବ । ତେବେ ଅଗ୍ନିବୀର ଗ୍ରାଚ୍ୟୁଇଟି ଓ ଭତ୍ତା ପାଇବେ ନାହିଁ । ଟ୍ରେନିଂ ବେଳେ ଅଗ୍ନିବୀରଙ୍କୁ ସେନାର ବିଭିନ୍ନ କୌଶଳ ଶିଖାଯିବ । ସେବା ପରେ ଏକ ପ୍ରମାଣ ପତ୍ର ମିଳିବ ।

ସେନା ୨୫ ପ୍ରତିଶତ ଅଗ୍ନବୀରଙ୍କୁ ପୁଣି ସେବା ସୁଯୋଗ ଦେବ । ତେବେ ସେନାରେ ପଦ ଖାଲିଥିଲେ ହିଁ ଏହା ସମ୍ଭବ ହେବ । ୪ ବର୍ଷ କାର୍ଯ୍ୟ କରିଥିବା ଅଗ୍ନିବୀର ସ୍ୱେଚ୍ଛାକୃତ ଭାବେ କାମ କରିପାରିବେ । ଏହି ପ୍ରୋଜେକ୍ଟ ଦ୍ୱାରା ସେନା କୋଟି କୋଟି ଟଙ୍କା ଖର୍ଚ୍ଚ ବଞ୍ଚାଇ ପାରିବ ।

Leave A Reply

Your email address will not be published.