Latest Odisha News

BREAKING NEWS

ଧରାପଡ଼ିଲେ ଦରମା ଫେରାଇବେ ନକଲି ଶିକ୍ଷକ: ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ଛାଡ଼ ପାଇବେନି ନକଲି ଶିକ୍ଷକ । ରାଜ୍ୟରେ ୨୦୧୯ ମସିହାରୁ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ହୋଇଛି । ଏବେ ସୁଦ୍ଧା ୧୦୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ି ଜେଲ୍ ମଧ୍ୟ ଯାଇଛନ୍ତି । ସେହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏବେ ସାର୍ଟିଫିକେଟକୁ ଡିଜିଟାଲ୍ କରାଯାଉଛି । ତେଣୁ ପରବର୍ତ୍ତୀ ଅବସ୍ଥାରେ ଆଉ ନକଲି ହୋଇ ପାରିବ ନାହିଁ ।

ବିଭିନ୍ନ ଜିଲ୍ଲାରେ ନକଲି ଶିକ୍ଷକ ବାହାରୁଛନ୍ତି । ସମାଜରେ ଠକିବାର ମନବୃତ୍ତି ଅନେକ ରଖନ୍ତି । ଆମ ବିଭାଗ ସେମାନଙ୍କୁ ଚିହ୍ନଟ କରି ସେମାନେ ନେଇଥିବା ଟଙ୍କା ଫେରସ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଚାଲିଛି । ଅନ୍ୟପଟେ ଯୁକ୍ତ ଦୁଇ ଫଳାଫଳ ସମୟ ସାପେକ୍ଷ ହେବ । ଆଶା କରିବା ଜୁଲାଇ ଶେଷରେ ଫଳାଫଳ ବାହାରିଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.