Latest Odisha News

BREAKING NEWS

କାଳିଆ ତୋ ପ୍ରତୀକ୍ଷାରେ…

କାଳିଆ ତୋ ପ୍ରତୀକ୍ଷାରେ... ସୁସ୍ମିତା ମହାପାତ୍ର  ଧନ୍ୟ ତୋର ଲୀଳା ଖେଳାରେ କାଳିଆ ଧନ୍ୟ ତୋ କପଟ ଛଳ, ନିୟତିର ଦାଉ ସବୁ ସହୁଥାଉ ଚାହିଁ ରହି ଜଳଜଳ l ତୋ ପରି ଠାକୁର ଜଗତେ ବିରଳ ପଡୁଛି ସବୁଠି ହୁରି, ଭକତ ଜଣାଣେ ଆପଣାର ପଣେ ଧାଇଁ ଆସୁ ବେଗେ ବେଦି, ଗାଦି ପରିହରି l ଦୁଃଖ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

ଅୟୁତ ଆଶା…

ଅୟୁତ ଆଶା... ସୁସ୍ମିତା ମହାପାତ୍ର ପ୍ରତ୍ୟେକଟି ନା ଦେହରେ ଲୁଚି ରହିଥାଏ ଗୋଟେ ଛଳଛଳ ହଁ, ଘନ ଅନ୍ଧାର ଭିତରୁ ଉଇଁ ଆସୁଥିବା ପରି ଗୋଟେ ସଜଫୁଟା ଝଳଝଳ ମୁହଁ । କିଛି ଭିନ୍ନ ଏଠି ନିୟତିର ନିର୍ଦେଶ, ଶକ୍ତ କଠିନ ଆବରଣ ତଳୁ ସୂକ୍ଷ୍ମ କୋମଳ ଅଙ୍କୁରର ଉଦ୍‌ଗମନ ପରି ଜଡ଼ ଅଚେତନ ମଧ୍ୟରେ…