Latest Odisha News

BREAKING NEWS

ଅବଧ ଆସାମ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ; ଧୂଆଁରେ ଭରିଗଲା ପୂରା ବଗି, ଦେଖନ୍ତୁ

ମୁଜାଫରପୁର: ଅବଧ ଆସାମ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ। ଧୂଆଁରେ ଭରିଗଲା ପୂରା ଏରିଆ। ବୁଧବାର ସନ୍ଧ୍ୟାରେ ବିହାରର ମୁଜାଫରପୁର ଗୁମତିର ରାମଦାୟଳୁ ରେଳଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

BjdElectrycity

ମିଳିଥିବା ଖବର ଅନୁସାରେ ବୁଧବାର ସନ୍ଧ୍ୟାରେ ଗୁମତିର ରାମଦାୟଳୁ ରେଳଷ୍ଟେସନ ନିକଟରେ ଟ୍ରେନ୍‌ରେଟିରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ଦେଖିବା ପରେ ଅବଧ ଆସାମ ଏକ୍ସପ୍ରେସ୍‌ ଅଟକାଯାଇଥିଲା। ଏହାପରେ ଯାତ୍ରୀମାନେ ଗା ନିଜ ନଜ ବ୍ୟାଗ୍ ଧରି ଓହ୍ଲାଇ ପଡ଼ିଥିଲା।

ଗାଡ଼ିରୁ ଓହ୍ଲାଇବା ପରେ ପୂରା ବଘି ଧୂଆଁରେ ଭରିଯାଇଥିଲା। ଗୁରୁବାର ସକାଳେ ଏଏନ୍‌ଆଇ ଟ୍ୱିଟ୍‌ କରିଥିବା ଭିଡିଓରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ଏହି ଭିଡିଓରେ ଟ୍ରେନ୍ ପାଖରେ ବହୁ ସଂଖ୍ୟାରେ ଯାତ୍ରୀ ଓହ୍ଲାଇ ଟ୍ରାକ୍‌ରେ ଛିଡ଼ା ହୋଇଥିବା ଦେଖାଯାଉଛି। ସେହିପରି କିଛି ଯାତ୍ରୀ ଗାଡିରୁ ଓହ୍ଲାଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ଯାଇନି। ହେଲେ କାହିଁକି ଟ୍ରେନ୍‌ରେ ନିଆଁ ଲାଗିଲା ତାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏନେଇ ତନ୍ତ ଜାରି ରହିଛି।

 

Leave A Reply

Your email address will not be published.