Latest Odisha News

BREAKING NEWS

ଆଜି ନବ ଦାସଙ୍କ ଦ୍ୱାଦଶାହ: ଝାରସୁଗୁଡା ଯାଇ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ବ୍ୟୁରୋ : ସ୍ୱର୍ଗତ ମନ୍ତ୍ରୀ  ନବ ଦାସଙ୍କର ଦ୍ୱାଦଶାହ । ଏହି ଦ୍ୱାଦଶାହ କାର୍ଯ୍ୟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।   ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ,  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ  ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡାରେ ପହଞ୍ଚିବେ ।  ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ୧୨.୧୫ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯିବେ । ସେଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ । ସେଠାରେ ପ୍ରାୟ ଅଧଘଣ୍ଟାଏ ରହି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ଏଠାରେ ୨୦ ପ୍ଲାଟୁନ ଫୋର୍ସ ଏଥିପାଇଁ ମୁତୟନ ହେବେ । ଏଥିସହ ଝାରସୁଗୁଡା ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଜରି ଜାରି କରାଯାଇଛି  । ଏହି କାର୍ଯ୍ୟକ୍ରମ ପାଇଁ ନବଙ୍କ ପରିବାର ଓ ଶୁଭେଚ୍ଛୁକଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା ଓ ସାଂସଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ  ୫୦ ହଜାର  ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ବହୁ କର୍ମୀଙ୍କ ସହିତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ବିରୋଧୀ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି।

ଅନ୍ୟପକ୍ଷେ ନବଙ୍କ ଦ୍ୱାଦଶାହ ଉପଲକ୍ଷେ  ଝାରସୁଗୁଡା ଜିଲ୍ଲାରେ ଏକ  ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡ଼ା ଜିଲ୍ଲାର କୋଣ ଅନୁକୋଣରୁ ଲୋକ ମାନେ ଆସି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ୧୦୦୦ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.