Latest Odisha News

BREAKING NEWS

ଟାଇଟାନିକ ରେକର୍ଡ ଭାଙ୍ଗିଲା ଅବତାର ୨

ମୁମ୍ବାଇ: ହଲିଉଡର ସବୁଠାରୁ ସଫଳ ଫିଲ୍ମ ମେକର ଜେମ୍ସ କ୍ୟାମରୁନଙ୍କ ଅବତାର ୨ ଫିଲ୍ମ ଟାଇଟାନିକ ବ୍ୟବସାୟର ରେକର୍ଡ ଭାଙ୍ଗିଛି । ଏହା ପ୍ରଥମେ ଆଭେଞ୍ଜର୍ସ ଇନଫିନିଟି ୱାର ଏବଂ ଷ୍ଟାର ୱାର୍ସ ଏପିସୋଡ ୭ର ରେକର୍ଡ ଭାଙ୍ଗିବା ପରେ ଟାଇଟାନିକ ଉପରେ ଆଖି ପକାଇଥିଲା । ଏବେ ଏହା ବିଶ୍ୱର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଅବତାର ଏବଂ ଆଭେଞ୍ଜର୍ସ ଏଣ୍ଡଗେମ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ରିପୋର୍ଟ ମୁତାବକ ଅବତାର ୨ ଏବେ ୨୨୪୩୩ ବିଲିୟନ ଡଲାର ଆୟ କରି ସାରିଛି । ପୂର୍ବରୁ ଟାଇଟାନିକ ୨୨୪୨୮ ବିଲିୟନ ଡଲାରର କାରୋବାର କରିଥିଲା ।

ଜେମ୍ସ କାମେରୁନ ୩ଟି ଫିଲ୍ମ ସମଗ୍ର ଦୁନିଆରେ ସର୍ବାଧିକ ଆୟ କରିଥିବା ୫ ଫିଲ୍ମ ମଧ୍ୟରେ ସାମିଲ ହୋଇଛି । ଏହି ଫିଲ୍ମଗୁଡିକ ହେଲା ଅବତାର, ଅବତାର ୨ ଓ ଟାଇଟାନିକ । ୨୦୨୨ ଡିସେମ୍ବରରେ ଅବତାର ୨ ରିଲିଜ ହୋଇଥିଲା । ପ୍ରଥମ ସଂସ୍କରଣର ୧୩ ବର୍ଷ ପରେ ଏହା ସିନେମାଘରକୁ ଆସିଥିଲଶ । ଏହି ସଂସ୍କରଣର ତୃତୀୟ ଭାଗ ୨୦୨୪ ଡିସେମ୍ବରରେ ରିଲିଜ ହେବ ।

Leave A Reply

Your email address will not be published.