Latest Odisha News

BREAKING NEWS

ଅସୁସ୍ଥ କି ବିଗ୍ ବି ଅମିତାଭ ବଚ୍ଚନ; ଅଧାରେ ଅଟକିଲା KBC…

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର କୁଇଜ୍ ଶୋ “କୌନ୍ ବନେଗା କରୋଡ଼ପତି”ରେ ବହୁ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ତାଙ୍କର ଶୋ’ ଏକ ବଡ଼ ହିଟ୍ ଏବଂ ଦର୍ଶକମାନେ ପ୍ରତି ସିଜିନ୍ ଦେଖିବା ପାଇଁ ଉତ୍ସାହିତ ହୋଇ ରହିଛନ୍ତି।

ତେବେ ଏବେ ଖବର ଆସୁଛି ଯେ ଅମିତାଭ ବଚ୍ଚନଙ୍କ ଅସୁସ୍ଥ ସ୍ୱାସ୍ଥ୍ୟ ଯୋଗୁଁ ଗତ ସପ୍ତାହ ଧରି KBC ର ସୁଟିଂ ବନ୍ଦ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନ ଅସୁସ୍ଥ ଅଛନ୍ତି। ଯାହା ଫଳରେ ଶୋ’ର ନିର୍ମାତାମାନେ ନୂଆ ଏପିସୋଡ୍ ପାଇଁ ସୁଟିଂ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଶନିବାର ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ବ୍ଲଗରେ ଧୀରେ ଧୀରେ କାମକୁ ଫେରିବା ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହେବା ବିଷୟରେ କହିଥିଲେ।

ଅମିତାଭ ଲେଖିଛନ୍ତି ଯେ ସେ ଧୀରେ ଧୀରେ ତାଙ୍କର ସାଧାରଣ ରୁଟିନ୍ ଏବଂ କାର୍ଯ୍ୟ ଜୀବନକୁ ଫେରିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ଦୈନନ୍ଦିନ ଜୀବନରୁ ଦୂରେଇ ଯାଏ, ସେତେବେଳେ ସମାନ ରୁଟିନ୍ କୁ ଫେରିବା ସହଜ ନୁହେଁ।

Leave A Reply

Your email address will not be published.