Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା; ସତର୍କ କଲା ଗୁଇନ୍ଦା ବିଭାଗ, କଡା ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଜୋରସୋରରେ ଚାଲିଛି ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମୟରେ ହତଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତା ଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ ବୋଲି ମଧ୍ୟ ଗୁଇନ୍ଦା ବିଭାଗ ସତର୍କ କରାଇଛି । କିଛି ଅସାମାଜିକ ବ୍ୟକ୍ତି ଏହି ଭବ୍ୟ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ଗୁପ୍ତଚର ଏଜେନ୍ସି ଦ୍ୱାରା ସତର୍କ ସୂଚନା ପରେ ସମସ୍ତ ସୁରକ୍ଷା ଏଜେନ୍ସିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହି ବିପଦର ମୁକାବିଲା ପାଇଁ ସମୀକ୍ଷା ଏବଂ ବ୍ୟାପକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ସୁରକ୍ଷା ବାହିନୀକୁ ସମାରୋହ ପୂର୍ବରୁ ସଜାଗ ରହିବାକୁ କୁହାଯାଇଛି, ଯାହା ଦ୍ବାରା ଆତଙ୍କବାଦୀ ସଂଗଠନ ଏବଂ ଏହାର ସଂପୃକ୍ତ ଉପାଦାନଗୁଡିକ ଆଖପାଖ ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ ।
ଆଖପାଖ ଅଞ୍ଚଳରେ ନିରନ୍ତର ସଜାଗ ରହିବାକୁ ଏବଂ ସର୍ଚ୍ଚ ଅପରେସନ ଜାରି ରଖିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସନ୍ଦେହଜନକ ବସ୍ତୁ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଯୋଧ୍ୟାରେ ଉତ୍ତରପ୍ରଦେଶ ସରକାର ଉନ୍ନତ ସୁରକ୍ଷା ଏବଂ ପରିଚାଳନା ପଦକ୍ଷେପକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଟିଏମ୍ଏସ୍) କୁ ସହରର ସର୍ବସାଧାରଣ ସ୍ଥାନରେ 1500 ଟି ସିସିଟିଭି କ୍ୟାମେରା ଲଗା ଯାଇଛି । ଅଯୋଧ୍ୟାର ୟେଲୋ ଜୋନ୍ ୧୦୭୧୫ ଏଆଇ ଆଧାରିତ କ୍ୟାମେରା ଲଗାଯାଇଛି । ଯାହା ITMS ସହିତ ନିରବଚ୍ଛିନ୍ନ ଭାବରେ ସଂଯୁକ୍ତ ହେବ ଏବଂ ଏଠାରୁ ତଦାରଖ କରାଯିବ । ଏହାର ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ସମଗ୍ର ସହରରେ ନଜର ରଖୁଛନ୍ତି ସୁରକ୍ଷାବାହିନୀ ।

Leave A Reply

Your email address will not be published.