Latest Odisha News

BREAKING NEWS

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଆୟୁଷୀ ମହାପାତ୍ର ହେଲେ ଟପ୍ପର

କଟକ : ଆୟୁଷୀ ମହାପାତ୍ର ‘ଓଡିଶା ପ୍ରଶାସନିକ ସେବା’ (ଓଏଏସ୍) ୨୦୧୭ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ଓଏଏସ୍-୨୦୧୭ ବର୍ଷର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି ।

ଏହି ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି । ଆୟୁଷୀ ମହାପାତ୍ର ପ୍ରଥମ ହୋଇଥିବାବେଳେ ସଞ୍ଜୀତା ମହାପାତ୍ର ଏବଂ ପୁନମ ମହାପାତ୍ର ଯଥାକ୍ରମେ- ୨ୟ ଓ ୩ୟ ର‌୍ୟାଙ୍କରେ ରହିଛନ୍ତି ।

ଅନ୍ୟପକ୍ଷରେ ଝୋଡିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ କୋରାପୁଟ ଜିଲ୍ଲାର ପ୍ରଭାତୀ ଝୋଡିଆ ଏହି ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛନ୍ତି ।

ଏହି ପରୀକ୍ଷାରେ ସର୍ବମୋଟ ୧୦୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ୬୪ ଜଣ ପୁରୁଷ ଓ ୪୨ ଜଣ ମହିଳା ରହିଛନ୍ତି। ଓଡିଶା ପ୍ରଶାସନିକ ସେବାରେ କୃତ୍ତିତ୍ୱ ଲାଭ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ କ୍ୟାଟେଗୋରୀ-୧ ଓ ୨ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

ଆହୁରି ମଧ୍ୟ ଡିସେମ୍ବର ୩ ତାରିଖରୁ ୧୦ ତାରିଖ ମଧ୍ୟରେ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲାବେଳେ ଓପିଏସସିର ୱେବସାଇଟ  www.opsc.gov.in  ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି।

Leave A Reply

Your email address will not be published.