Latest Odisha News

BREAKING NEWS

‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ: ବୃଦ୍ଧି ହେବ ବାୟୁସେନାର ଯୋଗାଯୋଗ କ୍ଷମତା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଆଜି ଇସ୍ରୋର ପ୍ରତିରକ୍ଷା ଯୋଗାଯୋଗ ‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ ହେବା ଫଳରେ ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ଘଟିଛି ।

‘ଜିସ୍ୟାଟ୍ – ୭ଏ’ ଉପଗ୍ରହଟିର ଓଜନ ୨,୨୫୦ କିଲୋଗ୍ରାମ ଓଜନର ଏବଂ ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ତଥା ଏହା ଭାରତୀୟ ବାୟୁସେନା ଲାଗି ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଛି ।

୧ – ‘ଜିସ୍ୟାଟ୍ – ୭ଏ’ ଉପଗ୍ରହ ଭାରତୀୟ ବାୟୁସେନାର ସମସ୍ତ ବିମାନଘାଟି, ରାଡ଼ାର ସିଷ୍ଟମ ଏବଂ ଏୟାରବର୍ଣ୍ଣ ଆର୍ଲି ୱାର୍ଣ୍ଣି ସିଷ୍ଟମ ସହିତ ତୁରନ୍ତ ଯୋଗାଯୋଗ ସ୍ଥାପନ କରିପାରିବ ।

୨ – ‘ଜିସ୍ୟାଟ୍ – ୭ଏ’ ଉପଗ୍ରହ ଭାରତୀୟ ବାୟୁସେନାର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିପାରିବା ସହିତ ଯୁଦ୍ଧ ସମୟରେ ଏହି ଉପଗ୍ରହ ପ୍ରତିରକ୍ଷା ବିଭାଗ ଲାଗି ବେଶ୍ ଉପଯୋଗୀ ହୋଇପାରିବ ।

୩ – ମହାକାଶକୁ ପ୍ରେରିତ ଏହି ଉପଗ୍ରହ ଦ୍ୱାରା ଭାରତୀୟ ବାୟୁସେନା ଆଭ୍ୟନ୍ତରୀଣ ଯୋଗାଯୋଗରେ ନୂତନ ବୈଶୟିକ କୌଶଳକୁ ଆପଣେଇ ପାରିବେ । ଏହାଦ୍ୱାରା ଏକାଧିକ ଏୟାରକ୍ରାଫ୍ଟ୍ର ମଧ୍ୟରେ ଖୁବ ଶିଘ୍ର ଯୋଗାଯୋଗ ସୁବିଧା ଉପଲବ୍ଧ ହୋଇପାରିବ ।

୪ – ‘ଜିସ୍ୟାଟ୍ – ୭ଏ’ ଉପଗ୍ରହ ହେଉଛି ଭାରତର ପ୍ରଥମ ଉପଗ୍ରହ ଯେଉଁ ଉପଗ୍ରହ କେବଳ ଭାରତୀୟ ବାୟୁସେନା ଲାଗି ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଛି ।

୫ – ସରକାରୀ ସୂତ୍ରରୁ ପ୍ରକାଶ, ଏହି ‘ଜିସ୍ୟାଟ୍ – ୭ଏ’ ଉପଗ୍ରହ ଦ୍ୱାରା ଭାରତୀୟ ଆର୍ମି ତଥା ଭାରତୀୟ ନୌସେନା ମଧ୍ୟ ଯୋଗାଯୋଗ କ୍ଷେତ୍ରରେ ବେଶ୍ ଲାଭାନ୍ୱିତ ହୋଇପାରିବେ ।

୬ – ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ‘ଜିସ୍ୟାଟ୍ – ୭ଏ’ ଉପଗ୍ରହକୁ ମହାକାଶକୁ ପ୍ରେରଣ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗରେ ଥିବା ଲଢୁଆ ଡ୍ରୋନ ପରିଚାଳନାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ।

୭ – ଏହି ଉପଗ୍ରହର ଆନୁମାନିକ ମୂଲ୍ୟ ୬ ରୁ ୮ ବିଲିୟନ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.