Latest Odisha News

BREAKING NEWS

ନେପାଳରେ ଚାଲିଛି ଓଲିଉଡ୍ ଫିଲ୍ମ ‘କ୍ରେଜି-୪’ର ଗୀତ ସୁଟିଂ…

ଭୁବନେଶ୍ୱର: ଏବେ ବେଶ୍ ଦ୍ରୁତଗତିରେ ସୁଟିଂ କାର୍ଯ୍ୟ ଚାଲିଛି ନୂଆ ଓଡ଼ିଆ ଫିଲ୍ମ ‘କ୍ରେଜି-୪’ର ସୁଟିଂ । ଓଡ଼ିଶାରେ ଫିଲ୍ମର ଅଧିକ ଅଂଶ ସୁଟିଂ ସରିଥିବା ବେଳେ ଏହି ଓଲିଉଡ଼ ସିନେମାର ଗୀତ ଗୁଡ଼ିକର ସୁଟିଂ ଏବେ ନେପାଳରେ ଚାଲିଛି । ଓଲିଉଡ଼ର ରୋମାଣ୍ଟିକ ହିରୋ ଅଭିଷେକ ରଥ ଏବଂ ସୁନ୍ଦରୀ ନାୟିକା ସୁରମୟୀ ମହାପାତ୍ର ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ଏହି ବଲିଉଡ଼ ସିନେମା ‘କ୍ରେଜି-୪’ କୁ ଏକ ଦକ୍ଷିଣ ଭାରତୀୟ ପ୍ରଡ଼କ୍ସନ କମ୍ପାନୀ ପ୍ରଡ୍ୟୁସ କରୁୁଛନ୍ତି । ଫିଲ୍ମଟିର ପ୍ରଡ୍ୟୁସର ରଞ୍ଜନ ତଥା ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସମରାଜ ।

ଚକଲେଟ ହିରୋ ଅଭିଷେକ ଓ ଚୁଲବୁଲୀ ସୁରମୟୀଙ୍କ ବ୍ୟତୀତ ଏହି ଫିଲ୍ମରେ ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ପଜ୍ଞା, ପ୍ରତାପ, ମଣ୍ଟୁ ପ୍ରଭୃତି କଳାକାରଙ୍କ ନିଖୁଣ ଅଭିନୟରେ ଫିଲ୍ମଟି ହିଟ୍ ହୋଇପାରିବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି ।

ଆକ୍ଟର୍ ଅଭିଷେକଙ୍କ ଡ଼େବ୍ୟୁ ଫିଲ୍ମ ‘ଏସପି ସାଗରିକା’ରେ ଅଭିନୟ କରିବା ପରଠାରୁ ସେ ଆଉ ପଛକୁ ଦେଖି ନାହାନ୍ତି ।

ଅଭିଷେକ ପୂର୍ବରୁ ଏଲିନା, ପ୍ରକୃତି ଏବଂ ରିୟାଙ୍କ ସହିତ ଅଭିନୟ କରିବା ପରେ ଏବେ ଆକ୍ଟ୍ରେସ ସୁରମୟୀଙ୍କ ସହିତ ଏକାଠି ଅଭିନୟ କରିବାର ସୁଯୋଗ ହାସଲ କରିଛନ୍ତି ।

Leave A Reply

Your email address will not be published.