କଟକ: ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ । ଆସନ୍ତା ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
କହିରଖୁଛୁ ଯେ, ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ଏହି ଗସ୍ତ ଅବସରରେ ସେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଗତକାଲି ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ଶ୍ରୀ ନଡ୍ଡା । ପରଦିନ ଅର୍ଥାତ୍ ଅପ୍ରେଲ ୧୧ରେ ବାଲିଯାତ୍ରା ପଡିଆରେ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ଏହା ପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଅପ୍ରେଲ ୧୨ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ନଡ୍ଡା ।
ସୂଚନାଯୋଗ୍ୟ, ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଞ୍ଚୁଛି। ଏହି ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଶ୍ରେଣୀ ଏବଂ ଅଭାବୀ ଲୋକଙ୍କୁ ଦିଆଯାଉଛି। ଏହା ମାଧ୍ୟମରେ ଜଣେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ପାଇଥାନ୍ତି।୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଥିବା ଆବଶ୍ୟକ। ଏହା ମାଧ୍ୟମରେ କାର୍ଡଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ। ABHA କାର୍ଡ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ABDM) ଅଧୀନରେ ପରିଚାଳିତ, ଯାହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ର ଏକ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପଦକ୍ଷେପ ।
୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ । ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ, ଯାହା ମୋଦି କାର୍ଡ ଭାବରେ ଜଣାଶୁଣା ।ଏହା ଏକ ଆପ୍ଲିକେସନ ବେସ୍ଡ ସ୍କିମ । ଯେଉଁଥିପାଇଁ ଲୋକଙ୍କୁ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ପୋର୍ଟାଲରେ ଫେସ୍ ବ୍ୟାରିଫିକେସନ ସୁବିଧା ଉପଲବ୍ଧ, ଯେଉଁଥିରେ ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଲିଙ୍କ୍ ରହିବ ।
Comments are closed.