Latest Odisha News

BREAKING NEWS

ହସ୍ପିଟାଲରେ କେମିତି ଆବେଦନ କରିବେ ଆୟୁଷ୍ମାନ ଯୋଜନା? ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଭାବେ ପଛୁଆ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆଣୁଛନ୍ତି। ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବୀ ସୀମାରେଖା ତଳେ ଅଛନ୍ତି। ସେମାନଙ୍କର ଆର୍ଥିକ ସମସ୍ୟା ଯୋଗୁ ଗମ୍ଭୀର ରୋଗ ହେଲେ ଠିକ ଭାବେ ଚିକିତ୍ସା କରାଇ ପାରୁନାହାନ୍ତି। ଆଉ ଏଥିପାଇଁ ସେମାନଙ୍କର ଜୀବନ ମଧ୍ୟ ଯାଉଛି। ଦେଶରେ ଏପରି ସମସ୍ୟାକୁ ଦେଖି ଭାରତ ସରକାର 2018ରେ ଏକ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ନାଁ ଥିଲା ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ଜଣେ ବ୍ୟକ୍ତି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହି ଯୋଜନା ଦେଶରେ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଛି। ଅନେକ ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଉଛନ୍ତି । ହେଲେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ ଅସୁସ୍ଥତା ସମୟରେ ଏହି ଯୋଜନାର କିପରି ଫାଇଦା ନେଇପାରିବେ ? ଯଦି ଆପଣ ମଧ୍ୟ ଏହି ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଏହା ନିଶ୍ଚିତ ପଢୁନ୍ତୁ।

Ayushman Bharat Yojana Claiming Process Know Here

ଅସୁସ୍ଥତା ସମୟରେ ଆୟୁଷ୍ମାନ ଭାରତ ଯୋଜନାର ଟଙ୍କାରେ ଚିକିତ୍ସା ହେବା ଖବୁ ସହଜ । ଏହାର ଲାଭ ଉଠାଇବାକୁ , ପ୍ରଥମେ ଡାକ୍ତରଖାନାକୁ ଯାଆନ୍ତୁ, ଯେଉଁଠାରେ ଆପଣ ଆପଣଙ୍କର ଚିକିତ୍ସା କରିବାକୁ ଚାହୁଁଛନ୍ତି। ହେଲେ ଏହା ପୂର୍ବରୁ ଆୟୁଷ୍ମାନ କାର୍ଡରେ ସେଠାରେ ଚିକିତ୍ସା ହୋଇପାରିବ କି ନାହିଁ ଜାଣନ୍ତୁ । ଯଦି ସେହି  ହସ୍ପିଟାଲରେ ଏହି ସୁବିଧା ରହିଥିବ, ତେବେ ଆପଣ ପରିଚୟ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ କରାଇ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହି ଉପାୟରେ ଆପଣ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇ ପାରିବେ।

Ayushman Bharat Yojana Claiming Process Know Here

କେଉଁ ହସ୍ପିଟାଲରେ ଆପଣ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଚିକିତ୍ସା ପାଇପାରିବେ, ଏହା ଜାଣିବା ପାଇଁ ଆପଣଙ୍କୁ ଏହି ଯୋଜନାର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡ଼ିବ। ସେଠାରେ ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା ସବୁ ହସ୍ପିଟାଲର ତାଲିକା ଆପଣ ପାଇପାରିବେ।

Comments are closed.