Latest Odisha News

ଜୁନା ଆଖଡାରୁ ନିଲମ୍ବିତ ଆଇଆଇଟି ବାବା… 

ପ୍ରୟାଗରାଜ: ମହାକୁମ୍ଭ ମେଳାର ଭାଇରାଲ ଆଇଆଇଟିଆନ୍ ବାବା ଅଭୟ ସିଂହ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗୁରୁ ମହନ୍ତ ସୋମେଶ୍ୱର ପୁରୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଅଭୟ ସିଂଙ୍କୁ ସାଧୁମାନଙ୍କର ସବୁଠାରୁ ବଡ଼ ସମ୍ପ୍ରଦାୟ ନାମରେ ଜଣାଶୁଣା ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି।

ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟର ପଢିଥିବା ଅଭୟ ସିଂ ମହାକୁମ୍ଭର ଅନ୍ୟଏକ ଆକର୍ଷଣ ପାଲଟିଥିଲେ।

ରିପୋର୍ଟ ଅନୁଯାୟୀ, ଜୁନା ଅଖାଡାର ମୁଖ୍ୟ ସଂରକ୍ଷକ ମହନ୍ତ ହରି ଗିରି କହିଛନ୍ତି, ‘ଅଭୟ ସିଂହ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଗୁରୁ-ଶିଷ୍ୟ ପରମ୍ପରା ଏବଂ ସନ୍ନ୍ୟାସ ନୀତି ବିରୋଧୀ ଅଟେ। ଗୁରୁଙ୍କୁ ଅସମ୍ମାନ କରିବା ସନାତନ ଧର୍ମ ଏବଂ ଅଖାଡ଼ା ପ୍ରତି ଅସମ୍ମାନ ଅଟେ। ଜୁନା ଆଖଡ଼ାରେ ଅନୁଶାସନ ଓ ଶୃଙ୍ଖଳାର ମହତ୍ବ ବହୁତ ଏବଂ ଏହା ଉପରେ କିଛି ନାହିଁ। ମୁଁ ଓ ଅନ୍ୟ କେହିବି ଅଭୟ ସିଂହଙ୍କୁ ପସନ୍ଦ କରନ୍ତି ନାହିଁ।’

ସେ ଆହୁରି ମଧ୍ଯ କହିଛନ୍ତି ଯେ ଆଖଡାର ପ୍ରତ୍ୟେକ ସଦସ୍ୟଙ୍କୁ କଠୋର ଶୃଙ୍ଖଳା ପାଳନ କରିବାକୁ ପଡେ। କିନ୍ତୁ ସେ ତାଙ୍କ ଗୁରୁଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର କରି ଏହି ନିୟମ ସବୁକୁ  ଉଲ୍ଲଂଘନ କରି ସାରିଛନ୍ତି। ଅପରପକ୍ଷରେ ଅଭୟ ସିଂହ ଏହି ଅଭିଯୋଗ ଗୁଡିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।

 

Comments are closed.