Latest Odisha News

BREAKING NEWS

ଆୟୁଷ୍ମାନ ଓ ଡେଭିଡ୍ ବେକହାମ୍‌ଙ୍କ ମଧ୍ୟରେ କ’ଣ ରହିଛି ସମାନତା ?

ମୁମ୍ବାଇ: ବଲିଉଡର ଆଉ ଜଣେ ସୁପରଷ୍ଟାର ଆୟୁଷ୍ମାନ ଖୁରାନା । ପ୍ରତିଟି ବର୍ଷ ବିତିବା ସହ ବଲିଉଡରେ ସେ ସଫଳତାର ସିଢି ପରେ ସିଢି ଚଢିଚାଲିଛନ୍ତି । ଖାସ କରି ଚଟପଟା କାହାଣୀ ଜରିଆରେ ସେ ସମାଜକୁ କିଛି ଗୋଟେ ବାର୍ତ୍ତା ଦେବାକୁ ବିଶ୍ୱାସ ରଖନ୍ତି । ଯାହା ଆୟୁଷ୍ମାନଙ୍କୁ ସମସ୍ତଙ୍କଠାରୁ ଭିନ୍ନ କରିଥାଏ ।

ତାଜା ରିପୋର୍ଟ ଅନୁଯାୟୀ ଆୟୁଷ୍ମାନଙ୍କୁ ୟୁନିସେଫ୍ ଇଣ୍ଡିଆର ୟୁଥ୍ ଆଇକନ୍ ରୂପେ ଚୟନ କରାଯାଇଛି । ୟୁନିସେଫ୍ ପାଇଁ ସେ ଭାରତରେ ପିଲାମାନଙ୍କ ଅଧିକାର ପାଇଁ ପାଲଟିଛନ୍ତି ସେଲିବ୍ରିଟି ଆଡଭୋକେଟ୍ । ଗୋଟେପଟେ ଆୟୁଷ୍ମାନ ଭାରତରେ ତ ସେପଟେ ଡେଭିଡ୍ ବେକ୍‌ହାମ୍ ମଧ୍ୟ ବିଶ୍ୱସ୍ତରରେ ୟୁନିସେଫ୍‌କୁ ସମର୍ଥନ ଦେବା ସହ ସଂପୃକ୍ତ ରହିଛନ୍ତି ।

ୟୁନିସେଫର ସେଲିବ୍ରିଟି ଆଡଭୋକେଟ୍ ରୂପେ ଆୟୁଷ୍ମାନ ବେଶ ଖୁସୀ ଥିବା ଜଣାପଡିଛି । ପର୍ବରୁ ରିଲ୍ ଜରିଆରେ ସେ ଦର୍ଶକଙ୍କୁ ଦେଇ ଆସୁଥିଲେ ସାମାଜିକ ବାର୍ତ୍ତା । ହେଲେ ଏବେ ରିୟଲ ଲାଇଫରେ ସମାଜ ପାଇଁ ସେ ପ୍ରତ୍ୟକ୍ଷ ଭାବେ ଜଡିତ ଥିବାରୁ ନିଜକୁ ଧନ୍ୟ ମନେ କରନ୍ତି ।

Leave A Reply

Your email address will not be published.