Latest Odisha News

BREAKING NEWS

ବାବା ଆଖଣ୍ଡଳମଣିଙ୍କ ପୀଠରେ କାର୍ତ୍ତିକ ବ୍ରତ

ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡି ଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରଠାରେ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ଗର୍ଭଣା ସଂକ୍ରାନ୍ତିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏଥିପାଇଁ ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହେଉଛି ।

ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର, ପ୍ରଶାସନ ଓ ସ୍ଥାନୀୟ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବାବେଳେ ଶ୍ରଦ୍ଧାଳୁମାନେ ବାବାଙ୍କୁ ସୂଚାରୁ ରୂପେ ଦର୍ଶନ କରିବା ନେଇ ପ୍ରତିଦିନ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହେଉଛି ।

ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି କରାଯାଉଛି । ପବିତ୍ର କାର୍ତ୍ତିକ ମାସ ତମାମ ପୀଠରେ ଅଗଣିତ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପରିଚାଳକ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଷୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ଆସନ୍ତା ୨୭ ତାରିଖରେ ଦୀପାବଳି ଉତ୍ସବ ପାଳିନ ହେବା ସହ ରାତ୍ରରେ ମହାଦୀପ ଉଠିବାର ଯେଉଁ ପରମ୍ପରା ରହିଛି, ତାହା ନୀତି ଅନୁସାରେ ପାଳନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.