Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୦-୧୦-୨୦୧୯ ରବିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୦ ତାରିଖ ରବିବାର ତୁଳା ୩ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର:- ମେଷ ରାଶିର
ଘାତ ଚନ୍ଦ୍ର:- କନ୍ୟା ପୁରୁଷ ବିଛା ଓ କୁମ୍ଭ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ : ତାଳ

ମେଷ
ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରାଇବ। ସକାଳୁ ସକାଳୁ ଭ୍ରମଣର ଯୋଗ ରହିଛି । , ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖା ଦେଇପାରେ ।

ବୃଷ
ପାରିବାରିକକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । କର୍ମ କ୍ଷେତ୍ରରେ ନୂତନ ଦାୟିତ୍ବ ନେବେ । ଯାତ୍ରା, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ ।

ମିଥୁନ
ଅପ୍ରିୟସତ୍ୟ ଭାଷଣ ଜନିତ ବନ୍ଧୁଙ୍କ ସହ କଳହର ସୂଚନା ରହିଛ। ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିବେ ।

କର୍କଟ
ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ । ଅଫିସ୍‌ କାମରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ ।

ସିଂହ
ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିବ। କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ ।

କନ୍ୟା
ଆଜି ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ଉଦ୍ରେକ କରିବ। ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇ ପାରନ୍ତି ।

ତୁଳା
ପାରିବାରିକ ଜୀବନରେ କେତେକବ୍ୟତିକ୍ରମ ଦେଖାଦେଇ ପାରେ ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲକରିବେମାଲିମକଦ୍ଦମାରେ
ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

 

ବିଛା
ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ଯାତ୍ରାରେ ସଫଳତା ହାସଲ କରିବେ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।

ଧନୁ
ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରର ଦ୍ୱନ୍ଦ୍ୱ ଉପୁଜିପାରେ । ଚେଷ୍ଟା କରୁଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ ।
ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସୁ୍‌ଯୋଗ ସୃଷ୍ଟି ହେବ।ମକର
ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ହେବା କଷ୍ଟକର ହେବ।ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ ।

କୁମ୍ଭ
ଆଜି ସକାଳୁ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି। ଖାଦ୍ୟପେୟର ଅନିୟମିତାତାଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ
ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

 

Leave A Reply

Your email address will not be published.