Latest Odisha News

BREAKING NEWS

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ: ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୁରୁବାର ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୩ ରନ କରିବା ମାତ୍ରେ ବିଶ୍ୱର ପ୍ରଥମ ଖେଳାଳି ଭାବେ କମ ମ୍ୟାଚରେ ୨୫୦୦ ରନ ପୂର୍ଣ୍ଣ କରଛନ୍ତି । ବାବର ୬୨ତମ ଇନିଂସରେ ୨୫୦୦ ରନ କରିଥିବା ବେଳେ ଏଥିପାଇଁ ଭାରତର ବିରାଟ କୋହଲି ୬୮ ଇନିଂସ ଖେଳିଥିଲେ ।

ବାବର ଅଧିନାୟକ ଭାବେ ଟି୨୦ ବିଶ୍ୱକପରେ ପ୍ରଥମ ଖେଳାଳି ଭାବେ ୩୦୦ ରନ କରିଛନ୍ତି । ସେହିପରି ମହମ୍ମଦ ରିଜୱାନ ଟି୨୦ରେ ପ୍ରଥମ ଖେଳାଳି ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.