Latest Odisha News

BREAKING NEWS

ଆସନ୍ତାକାଲି ଓଡ଼ିଶା ବନ୍ଦ, ଟ୍ବିନ୍ ସିଟିରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରୁଛି କଂଗ୍ରେସ । ଏଥିରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଛି କଂଗ୍ରେସ । ତେବେ ବନ୍ଦ ସମୟରେ ଜରୁରୀ ସେବା ଜାରି ରହିବ । ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରାଯିବ ବୋଲି କହିଛି କଂଗ୍ରେସ । ହେଲେ କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟ କହିଛନ୍ତି ଯେ, ବନ୍ଦ କରାଯାଇ ପାରିବ ନାହିଁ । ବନ୍ଦ କରିବା ବଦଳରେ ହରତାଳ କରିପାରିବେ । ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ଆଜି ରୋକଠୋକ୍ ଶୁଣାଇ ଦେଇଛନ୍ତି ।

ଅନ୍ୟପଟେ ବନ୍ଦ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ । ଏଥିପାଇଁ କଟକ ଓ ଭୁବନେଶ୍ବରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ । ବନ୍ଦ ସମୟରେ କୌଣସି ବ୍ୟତିକ୍ରମ ଦେଖାଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଭୁବନେଶ୍ବରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩୦ ଜଣ ଇନ୍ସପେକ୍ଟର, ୫ ଜଣ ସବ୍ ଇନ୍ସପେକ୍ଟର ଓ ଏଏସଆଇ, ୧୫ ଜଣ ଡିଏସପି ଓ ୫ ଜଣ ଏସିପି ଓ ଡିସିପି ରାଙ୍କର ଅଫିସର ନିୟୋଜିତ ହେବେ । ସାଧାରଣ ଲୋକଙ୍କ ହଇରାଣ କରାଗଲେ ୧୧୨କୁ ପଲ୍ କରି ଜଣାଇବାକୁ ଅନୁରୋଧ କରିଛି ପୋଲିସ ।

Leave A Reply

Your email address will not be published.