Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତି ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା । ଇସିଜିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ତାଙ୍କର ଇକୋକାର୍ଡିୟୋଗ୍ରାଫି ନର୍ମାଲ ରହିଛି । ଇଞ୍ଜିୟୋଗ୍ରାଫିରେ କୋରୋନରୀ ଅର୍ଟରୀ ଦେଖିବାକୁ ମିଳିଛି । ଅପରେଶନ ବିନା ଔଷଧରେ ଏହା ଭଲ ହୋଇଯିବ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଏହା ଚିନ୍ତାଜନକ ନୁହେଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ବାବୁଲ ସୁପ୍ରିୟୋ ଜଣେ ଲୋକପ୍ରିୟ ଗାୟକ । ସେ ବିଜେପିରେ ଯୋଗଦେଇ ସଂସଦକୁ ନିର୍ବାଚତ ହୋଇଥିଲେ ।

BjdElectrycity

ପରେ ସେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ବିଧାନସଭାକୁ ନିର୍ବାଚିତ ହେବା ପରେ ଏବେ ସେ ମମତା ବାନାର୍ଜୀଙ୍କ ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ହାର୍ଟ ଜନିତ ସମସ୍ୟା ବାହାରିଥିବାରୁ ବାବୁଲଙ୍କୁ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.