Latest Odisha News

BREAKING NEWS

ରଖେ ହରି ତ ମାରେ କିଏ, ଯୁଦ୍ଧରେ ମୃତ ମହିଳାଙ୍କ ଠାରୁ ଜନ୍ମ ହେଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହେଲା ଏକ ଜୀବନ୍ତ ଶିଶୁ । ତେବେ ଯୁଦ୍ଧରେ ପୁରା ପରିବାର ମୃତ୍ୟୁ ବରଣ କରିଥିବା ବେଳେ ମୃତ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଏହି କୋମଳମତି ଶିଶୁ । ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଟି ପ୍ରି-ମାଚ୍ୟୁର ହୋଇଥିବାରୁ ବର୍ତ୍ତମାନ ଶିଶୁଟି ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବ । ତେବେ ଶିଶୁଟିର ସ୍ଵାସ୍ଥ୍ୟବସ୍ତା ଭଲ ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତ କିଛି ଦିନ ଧରି ଲାଗି ରହିଥିବା ଯୁଦ୍ଧରେ ଗାଜାର ରାଫା ସହରରେ ଇସ୍ରାଏଲର ମିଶାଇଲ ମାଡରେ ପାଖାପାଖି ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମିଶାଇଲ ମାଡରେ ମୃତ୍ୟୁ ବରଣ କରିଛନ୍ତି ଗୋଟେ ପରିବାରର ୧୩ ଜଣ ଲୋକେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୃତ୍ୟୁ ବରଣ କରିଥିବା ସେହି ପରିବାରରେ ଜଣେ ଗର୍ଭବତୀ ମହିଳାମଧ୍ୟ ଥିଲେ । ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ଜୀବନ୍ତ ଶିଶୁକୁ ଜନ୍ମ ଦେଇଥିଲେ ଉକ୍ତ ମହିଳା ।

ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ପ୍ରି-ମାଚ୍ୟୁର ଥିବାରୁ ତାକୁ ଏବେ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବାକୁ ପଡିବ । ଶିଶୁଟିର ଓଜନ ୧.୪ କିଗ୍ରା ଥିବା ବେଳେ ବର୍ତ୍ତମାନ ଶିଶୁର ଅବସ୍ଥା ସ୍ଥିର ରହିଛି । ଏହାପରେ ଶିଶୁଟିକୁ ତା’ର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.