Latest Odisha News

BREAKING NEWS

ବାହୁବଳୀ ଶିଶୁ: ଓଜନ ବୃଦ୍ଧି ଦେଖି ଡାକ୍ତର ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଜନ୍ମ ସମୟରେ ଗୋଟେ ପିଲାର ଓଜନ କେତେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଅନେକ ପିଲା ଜନ୍ମ ବେଳେ ଓଜନ କମ୍ ହେତୁ ସେମାନେ ବିଭିନ୍ନ ରୋଗକ୍ଷହ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । କିନ୍ତୁ ଆପଣଙ୍କୁ ଏକ ଶିଶୁ ବିଷୟରେ କହିବୁ ଯିଏ ତା ବୟସ ଅନୁସାରେ ଦୁଇଗୁଣ ଓଜନ ଅଧିକ । ଏପରି ଓଜନ ବୃଦ୍ଧି ଦେଖି ଡ଼ାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

BjdElectrycity

ଆମେରିକାର ଟେକ୍ସାସରେ ରୁହନ୍ତି ୩୧ ବର୍ଷୀୟା ମହିଳା ସାଲିଟଜା । ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଯାହାର ନାଁ ରଖିଛନ୍ତି ଜାଲେନ୍ । ଜନ୍ମ ସମୟରେ ଜାଲେନଙ୍କ ଓଜନ ୩.୬ କିଲୋଗ୍ରାମ ଥିଲା, ଯାହା ସ୍ୱାଭାବିକ ଥିଲା । ପରେ ତାର ଓଜନ ଧୀରେ ଧୀରେ ବଢିବାକୁ ଲାଗିଲା, ଯାହା ସାଧାରଣ ପିଲାମାନଙ୍କ ତୁଳନାରେ ଭିନ୍ନ ଥିଲା । ମାତ୍ର ୩ ମାସରେ ତାର ଓଜନ୧୪ କେଜି ବଢିଲା । ଏହାକୁ ନେଇ ସାଲିଟଜା ଚିନ୍ତିତ ହୋଇପଡ଼ିଲେ । ଡ଼ାକ୍ତରଙ୍କ ପାଖକୁ ନେବାରୁ ଓଜନ ହ୍ରାସ କରିବାକୁ ଡ଼ାକ୍ତର ପରାମର୍ଶ ଦେଲେ । କାରଣ ଜାଲେନର ଓଜନ ବୃଦ୍ଧି ବ୍ୟତୀତ ଅନ୍ୟ କୌଣସି ଶାରୀରିକ ସମସ୍ୟା ନ ଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲା ବୋଲି ଡ଼ାକ୍ତର କହିଥିଲେ ।

ସାଲିଟଜା କହିଛନ୍ତି ଯେ, ଜାଲେନ୍‌ଠାରୁ ମୋର ବଡ ପୁଅ ଅଢେଇ ବର୍ଷ ବଡ । କିନ୍ତୁ ଉଭୟଙ୍କର ଓଜନ ପ୍ରାୟ ସମାନ । ଜାଲେନ ଓଜନ ୧୪ କିଲୋଗ୍ରାମ ଥିବାବେଳେ ତା ଭାଇର ଓଜନ ୧୪.୫ କିଲୋଗ୍ରାମ । ତାର ଏପରି ଓଜନ ଦେଖି ତାକୁୁ ପଡ଼ୋଶୀ ପିଲମାନେ ବାହୁବଳୀ ପିଲା ବୋଲି କହୁଛନ୍ତି ।

Leave A Reply

Your email address will not be published.