Latest Odisha News

BREAKING NEWS

୫ ମହଲା ବାଲକୋନି ଗ୍ରିଲରେ ଫସିଗଲା ଶିଶୁ, ଉଦ୍ଧାର କଲେ ପଡ଼ୋଶୀ

ଚୀନ୍‌: ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳେ, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ତାକୁ ଯିଏ ଦେଖିଛି ସେ ଭଗବାନଙ୍କୁ ଡ଼ାକିଛି । କାରଣ ଜଣେ ୨ ବର୍ଷ ପିଲା ୫ ମହଲା ବିଶିଷ୍ଟ ଘରର ବାଲକୋନି ଗ୍ରୀଲରେ ଫସିଯାଇଥିଲା । ଏପରି ଝୁଲି ରହିଥିଲା ଦେଖିଲେ ମନରେ ଦୟା ଆସୁଥିଲା ।

ଚୀନ୍‌ର ଶାଣ୍ଡୋଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟରେ ୨ ବର୍ଷର ପିଲାଟିଏ ଖେଳୁ ଖେଳୁ ବାଲକୋନିକୁ ପଳାଇ ଆସିଥିଲା । ଅସାବଧାନତା ଯୋଗୁ ପିଲାଟି ବାଲକୋନିରେ ଲାଗିଥିବା ଗ୍ରୀଲରେ ଫସିଯାଇଥିଲା । ପରେ ଶିଶୁଟି ବାଲକୋନି ଗ୍ରୀଲରେ ଝୁଲି ରହିଥିଲା । ତାର ପୁରା ଶରୀର ତଳକୁ ଓହଳିଥିବା ବେଳେ କେବଳ ମୁଣ୍ଡଟି ଗ୍ରୀଲରେ ଲାଗି ରହିଥିଲା । ଯଦି ବେକଟି ଅଟକି ନ ଥାନ୍ତା, ତାହାହେଲେ ପିଲାଟି ସିଧା ତଳେ ପଡ଼ି ଯାଇଥାନ୍ତା । ତଥାପ ଶିଶୁଟି ନ କାନ୍ଦି ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ଭିଡ଼ିଓରେ ନଜର ଆସିଛି ।

ବହୁ ସମୟ ପରେ ପାଖ ପଡ଼ୋଶୀ ଶିଶୁଟି ଝୁଲି ରହିଥିବା ଦେଖି ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ । ଦୁଇ ଜଣ ବ୍ୟକ୍ତି ପିଲାଟିକୁ ତଳୁ କାଡ଼ିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ହାତ ପାଇ ନ ଥିଲା । ତେଣୁ ସେ ଦୁଇଟି ଷ୍ଟୁଲ୍ ଆଣି ଶିଶୁକୁ ଛିଡ଼ା ହେବାକୁ କହିଥିଲେ । ହେଲେ ସେ ଠିକ୍ ଭାବେ ଛିଡ଼ା ନ ହୋଇପାରିବାରୁ ଷ୍ଟୁଲ୍ ଖସି ଯାଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଘର ଭିତରୁ ଆସି ପିଲାଟିକୁ ଟାଣି ନେଇଥିଲେ ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି ବାପାମାଆଙ୍କ ଅବହଳାରୁ ଶିଶୁଟିର ଏପରି ହେଲା କହିଛନ୍ତି ।

Leave A Reply

Your email address will not be published.