Latest Odisha News

BREAKING NEWS

କଳାହାଣ୍ଡି ଜିଲ୍ଲାରେ ୨ଟି କୋର୍ଟର ନୂଆ କୋଠାକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଏବଂ କେସିଙ୍ଗା ଠାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧରଅତିରିକ୍ତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି ।

କୋଠା ଉଦଘାଟନୀ ଅବସରରେ ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ସାଧାରଣ ଲୋକଙ୍କ ସେବାରେ ଏହି କୋର୍ଟ ଉଦ୍ଧିଷ୍ଟ ଏବଂ ତଳରୁ ତଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ନ୍ୟାୟ ଦେବାରେ ହେଳା ନ କରିବାକୁ ଯୁବ ଆଇନଜୀବୀ ମାନଙ୍କୁ ଆହ୍ବାନ କରିବା ସହ ଏବଂ ଏହି ସ୍ଥାନରୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ହାଇକୋର୍ଟ କେସକୁ ଲଢି ହେବ ବୋଲି କହିଥିଲେ।

କେସିଙ୍ଗା ସ୍ଥିତ ଅତିରିକ୍ତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠାକୁ ମୁଖ୍ୟ ଅତିଥି ହାଇକୋର୍ଟ ମୁଖ୍ୟ ବିଚାରପତି ଡ ଏସ ମୂରଲୀଧର ଉଦଘାଟନ କରିଥିଲେ । ଏହି ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି କହିଥିଲେ, କେସିଙ୍ଗା ନୂତନ ଜେଏମଏଫସି କୋର୍ଟ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରିବ ନାହିଁ ଏବଂ ନ୍ୟାୟପାଲିକା ଉପରେ ଲୋକଙ୍କ ବିଶ୍ୱାସକୁ ଅତୁଟ ରଖିବାରେ ଆଇନଜୀବୀ ଏବଂ ବିଚାରବିଭାଗୀୟ ଅଧିକାରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହି ଅବସରରେ ସ୍ୱର୍ଗତଃ ଗୋପାଳ କୃଷ୍ଣ ପଟ୍ଟନାୟକ, ପ୍ରମୋଦ ରଥ, ମଳୟ ଭୋଇଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା ଦିଆଯାଇଥିଲା । ସୂଚନା ଯୋଗ୍ୟ, ଏମ. ରାମପୁର ଜେଏମଏଫସି କୋର୍ଟ ତା ୧.୧୦.୧୯୮୨ରୁ ଏବଂ କେସିଙ୍ଗା କୋର୍ଟ ତା ୧.୩.୨୦୧୪ରୁ କାର୍ଯ୍ୟକାରୀ ହେଉଥିଲା ତାହା ବର୍ତ୍ତମାନ ନୂତନ କୋଠାରେ ଆସନ୍ତା କାଲି ୧.୫.୨୦୨୩ରୁ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.