Latest Odisha News

‘ବଚ୍ଚନ ପାଣ୍ଡେ’ର ସୁଟିଂ ସେଟ୍‌ରେ ନିଆଁ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କ୍ରିତି ସାନନଙ୍କୁ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ସେଟରେ ନିଆଁ ଲାଗିଯାଇଛି। କିନ୍ତୁ ଆଶ୍ବସ୍ତିକର କଥା ହେଉଛି ଏଥିରେ କେହି ଆହତ ହୋଇନାହାଁନ୍ତି।

ବାସ୍ତବରେ ଫିଲ୍ମ ବଚ୍ଚନ ପାଣ୍ଡେ ରିଲିଜ ହେବାକୁ ଯାଉଛି ଏବଂ ଫିଲ୍ମର ସୁଟିଂ ପ୍ରାୟ ସରିଯାଇଛି। ରିପୋର୍ଟ ଅନୁଯାୟୀ, ଫିଲ୍ମ ସୁଟିଂ ସମୟରେ ବଚ୍ଚନ ପାଣ୍ଡେଙ୍କ ସୁଟିଂ ସେଟରେ ନିଆଁ ଲାଗିଯାଇଛି। କିନ୍ତୁ କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.