Latest Odisha News

BREAKING NEWS

ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ଓ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ ପୁସ୍ତକ ‘ଦ ଫେଙ୍ଗଡ ୱାଟର’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ପ୍ରସିଦ୍ଧ କବି, କଥାଶିଳ୍ପୀ ତଥା ନାଟ୍ୟକାର ସ୍ୱର୍ଗତଃ ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ଏବଂ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ ପୁସ୍ତକ ‘ଦ ଫେଙ୍ଗଡ ୱାଟର’ ସ୍ଥାନୀୟ ସମ୍ବାଦ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ୬୦ ଦଶକରେ ଲିଖିତ ଏ ଉପନ୍ୟାସରେ ନଈ ବଢ଼ିର ଅନ୍ତରାଳରେ ଏକ କୁନି ଝିଅର ସ୍ୱପ୍ନ ଓ ସ୍ୱପ୍ନଭଙ୍ଗର କରୁଣ-ମଧୁର ପରିଣତି ବିଷୟରେ ଏକ ଜୀବନ୍ତ କାହାଣୀ ରହିଛି ।

ଏହି ଉନ୍ମୋଚନ ଉତ୍ସବରେ ସମ୍ବାଦର ସମ୍ପାଦକ ସୌମ୍ଯରଂଜନ ପଟ୍ଟନାୟକ ମୁଖ୍ଯଅତିଥି ଭାବରେ, କଥାକାର ଗୌରହରି ଦାସ ଓ ଲେଖକ ସ୍ୱରାଜ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ସ୍ୱର୍ଗତଃ ମିଶ୍ରଙ୍କ ଅବଦାନ ଅତୁଳନୀୟ ଏବଂ ତାଙ୍କ ରଚିତ ଉପନ୍ୟାସ ଇଂରାଜୀରେ ଅନୁବାଦ ହେବା ଦ୍ୱାରା ଅଣ ଓଡ଼ିଆ ପାଠକ ମଧ୍ୟ ଓଡ଼ିଆ ସାହିତ୍ୟ ସହିତ ପରିଚିତ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ

ଏହି ଅବସରରେ ଲେଖିକା ତଥା ଅନୁବାଦିକା ସ୍ନେହପ୍ରଭା ଦାସ, ସ୍ୱର୍ଗତ ମିଶ୍ରଙ୍କ କନ୍ଯା ପ୍ରାଚୀତାରା, ଲେଖକଙ୍କ ପରିବାରବର୍ଗଙ୍କ ସମେତ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ଓ ବହୁ ଲେଖକ, ବୁଦ୍ଧିଜୀବୀ ଏବଂ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.