ରେଳବାଇ ତରଫରୁ ନୂଆ ସେବା ଆରମ୍ଭ; ଯାତ୍ରୀଙ୍କ ସୁବିଧା ପାଇଁ ‘ବ୍ୟାଗ ଅନ୍ ହ୍ୱିଲ୍ ସେବା’
ନୂଆଦିଲ୍ଲୀ: ରେଳବାଇ ଦୀପାବଳି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ରେଲ୍ୱେ ଯାତ୍ରୀଙ୍କ ପାଇଁ ‘ବ୍ୟାଗ ଅନ୍ ହ୍ୱିଲ୍ ସେବା’ ଆରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ୱାରା ରେଳ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଆଉ ଘରୁ ଜିନିଷପତ୍ର ବୋହି ଆଣିବାକୁ ପଡ଼ିବନି। ଏଥିରେ ଯାତ୍ରୀମାନେ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେଥିରୁ ଆରାମ ମିଳିଯିବ। ଏଥର ଘରୁ ଯାତ୍ରୀଙ୍କ ଜିନିଷପତ୍ର ଆଣି ବଗିରେ ପହଞ୍ଚାଇବାର ବ୍ୟବସ୍ଥା କରିବ ରେଲ୍ୱେ।
ଏହି ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ-ଏନସିଆରର ସାତଟି ଷ୍ଟେସନର ଉପଲବ୍ଧ ହେବ। ଯାତ୍ରୀଙ୍କ ଘରୁ, ଅଫିସ ଆଦି ସ୍ଥାନରୁ ଟିକେଟ କରିଥିବା ଟ୍ରେନ ବଗି ପର୍ଯ୍ୟନ୍ତ ଜିନିଷ ନେବା ଓ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
ରେଳଯାତ୍ରୀ ନିଜ ଜିନିଷକୁ ଘରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ବା ରେଳ ଷ୍ଟେସନରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ‘ବ୍ୟାଗ ଅନ ହ୍ୱିଲ୍ ସେବା’ ଆପ୍ରେ ଆବେଦନ କରିପାରିବେ। ଏହି ଆପ୍ର ବ୍ୟବହାର କରି ଯାତ୍ରୀ ଏହି ସୁବିଧା ପାଇପାରିବେ। ଏହି ଆପ୍ର ବ୍ୟବହାର କେବଳ ଆଣ୍ଡ୍ରଏଡ୍ ଏବଂ ଆଇଫୋନ ବ୍ୟବହାରକାରୀ କରିପାରିବେ। ଏଥିପାଇଁ ଯାତ୍ରୀଙ୍କଠାରୁ ଉପଯୁକ୍ତ ମୂଲ୍ୟ ମଧ୍ୟ ନିଆଯିବ।
Comments are closed.