Latest Odisha News

BREAKING NEWS

କେକ୍ କାଟିଲେ ଖଣ୍ଡାରେ, ରସିକିଆ ବାବୁ ଜେଲରେ !

ମହାରାଷ୍ଟ୍ର: ଜନ୍ମଦିନ ପାଳନ କରିବାର ଇଛା ଓ ଉତ୍ସାହ ସମସ୍ତଙ୍କର ଥାଏ । ହେଲେ ଆଇନ୍ କାନୁନ୍‌ର ସୀମା ପାର କରି ଜନ୍ମଦିନ ପାଳିବା ସମସ୍ତଙ୍କୁ ମହଙ୍ଗା ପଡିଥାଏ । ଏହି ଧାରାରେ ନାଗପୁରର ଜଣେ ଯୁବକ ଅତ୍ୟଧିକ ଉତ୍ସାହିତ ହୋଇ ଭିନ୍ନ ଧରଣର ଜନ୍ମଦିନ ପାଳିଥିଲେ । ହେଲେ ପରେ ସେହି ଉତ୍ସାହ ଓ ଉଦ୍ଧତାମୀ ତାଙ୍କୁ ଜେଲର ଚାରିକାନ୍ଥକୁ ଟାଣିଆଣିଛି ।

ବୁଧବାର ନିଖିଲ ପଟେଲ ନାମକ ଜଣେ ଯୁବକ କେକ୍‌କୁ ଖଣ୍ଡାରେ କାଟି ନିଜ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ଉତ୍ସବରେ ନିଖିଲଙ୍କ ସାଙ୍ଗମାନେ ୪ଟି କେକ୍ ଆଣିଥିଲେ । ଯାହାକୁ ଦେଖାଣିଆ ଭାବେ କାଟିବାକୁ ନିଖିଲ୍ ଏକ ଖଣ୍ଡାର ବ୍ୟବହାର କରିଥିଲେ । ଅକ୍ଟୋବାର୨୧ରେ ଫଟୋ ଓ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଯାହା ପରେ ନିଖିଲକୁ ଧରିବା ଲାଗି ନାଗପୁର ପୋଲିସର କ୍ରାଇମ୍ ବ୍ରାଂଚ ଟିମ୍ ଖୋଳତାଡ କରିଥିଲା ।

ଶେଷରେ କ୍ରାଇମ୍ ବ୍ରାଂଚ ଦଳ ନିଖିଲଙ୍କ ଘର ଠାବ କରି ଛାପା ମାରିଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଘରୁ ଜନ୍ମଦିନରେ ବ୍ୟବହାର ହୋଇଥିବା ଖଣ୍ଡାକୁ ମଧ୍ୟ ଜବତ କରିଥିଲା । ଆର୍ମସ୍ ଆକ୍ଟ ଓ ମୁମ୍ବାଇ ପୋଲିସ ଆକ୍ଟ ଅଧିନରେ ନିଖିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.