Latest Odisha News

BREAKING NEWS

ବାହାନାଗା ଟ୍ରେନ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

କଟକ : ବାହାନାଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏବେ ଟ୍ରେନ ଦୁର୍ଘଟଣା ଜନିତ  ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ହେଉଛି ମନୀଷ କୁମାର ।  ସେ କଟକ SCBରେ ଚିକିତ୍ସାଧୀନ ଥିଲେ । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।    ମନୀଷଙ୍କ ଘର ବିହାରର ବୋଲି ଜଣା ପଡ଼ିଛି । ମନୀଷ ଗୁରୁତର ଆହତ ହୋଇ ଏକଟକ ଏସ୍‌ସିବିର ସେଣ୍ଟ୍ରାଲ ICUରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କଟକ ଏସସିବି ପକ୍ଷକୁ ସୂଚନା ଦିଆ ଯାଇଛି ।

ସୂଚନାଥାଉ କି,  ଗତ ଜୁନ ୨ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନାଗା ରେଳ ଷ୍ଟେସନରେ ହୋଇଥିବା ପ୍ରଳୟଙ୍କରୀ ଦୁର୍ଘଟଣାରେ ସରକାରଙ୍କ ରେକର୍ଡ଼ ଅନୁସାରେ ମୋଟ ୨୮୮ ଜଣ ପ୍ରାଣ ହରାଇଥିଲେ । ଏଥିରେ ୧୦୦୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଇତିମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଆଜିର ମୃତ୍ୟୁକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ୫ ଜଣ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ ।

Leave A Reply

Your email address will not be published.