Latest Odisha News

BREAKING NEWS

ବାହାନଗା ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ସହ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୧ ଦଳର ବିକ୍ଷୋଭ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ହେଉ । ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ । କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ସିବିଆଇ ବାହାନଗା ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୧୧ଟି ଦଳ ବିରୋଧ କରିଛନ୍ତି ।

ଆଜି ରାଜଭବନ ଆଗରେ ୧୧ଟି ବିରୋଧୀ ଦଳର ନେତା ସିବିଆଇ ତଦନ୍ତକୁ ବିରୋଧ କରିବା ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ସହ ଅନ୍ୟାନ୍ୟ ଦାବିରେ ଓଡ଼ିଶା ରାଜଭବନ ସମ୍ମୁଖରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦେଇଛନ୍ତି ଦାବି ପତ୍ର ।

ସେପଟେ ସିବିଆଇର ଟେକ୍ନିକାଲ୍ ଟିମ୍ ଆଜି ବାହାନଗାରେ ଦୁର୍ଘଟଣାର ଯାଞ୍ଚ କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ଘଟଣା ଦିନ ରେଳ ଅଧିକାରୀ କାହା ସହ ଫୋନ୍ ଓ ହ୍ୱାଟ୍ସଆପରେ କଥା ହୋଇଛନ୍ତି । ସୋସିଆଲ୍ ମିଡିଆରେ କାହା ସହ ମତ ବିନିମୟ କରିଛନ୍ତି । ଏସବୁ ତଥ୍ୟ ସିବିଆଇ ଜବତ ଫୋନରୁ ସଂଗ୍ରହ କରିବ ।

ଆବଶ୍ୟକସ୍ଥଳେ ଚିକିତ୍ସାଧୀନ ଲୋକୋ ପାଇଲଟଙ୍କୁ ମଧ୍ୟ ସିବିଆଇ ଜେରା କରି ପାରେ । ଗତକାଲି ସିବିଆଇ ବାହାନଗା ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ଦୁଇଥର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଖୋଳତାଡ଼ କରିଥିଲା ।

ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ୍ ସହ ଯଶୱନ୍ତପୁର-ହାୱଡ଼ ସୁପରଫାଷ୍ଟ ଓ ଏକ ମାଲବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.