Latest Odisha News

BREAKING NEWS

ବାହାନଗା ଟ୍ରେନ ଟ୍ରାଜେଡି: ସକାଳୁ ସକାଳୁ ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଭୁବନେଶ୍ୱର: ଛାତି ଥରାଇ ଦେଉଛି ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣା । କାଲି ରାତି ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ହେଲେ ଆଜି ସକାଳୁ ସକାଳୁ ଯାହା ଦେଖିବାକୁ ମିଳିଛି ସେ ଦୃଶ୍ୟ ଅବର୍ଣ୍ଣନୀୟ । ମୃତ୍ୟୁ ସଂଖ୍ୟା ୩୦୦ ଛୁଇଁଲାଣି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ ଲାଗିଛି । କାରଣ ଏବେ ବି ବଗି ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାରୀ ଦଳ ଆସି ପହଞ୍ଚିଛନ୍ତି ।

ଲୁହାବଗି ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ । ସେମାନଙ୍କୁ ଉଦ୍ଧାର କରିବା ଖୁବ କଷ୍ଟକର ହୋଇ ପଡିଛି । ତଥାପି ଉଦ୍ଧାରକାରୀ ଦଳ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ଏବେ ଚାଲିଛି । ଏବେ ବି ଚାପିଳ ହୋଇ ରହିଥିବା ମୃତାହତ ବ୍ୟକ୍ତିଙ୍କ ପକେଟରେ ମୋବାଇଲ ରିଂ ହେଉଛି । ଦୁର୍ଘଟଣାସ୍ଥଳ କାନ୍ଦ ବୋବାଳିରେ ଫାଟି ପଡୁଛି ।

କିଏ ଆତ୍ମୀୟସ୍ୱଜନଙ୍କୁ ବାଉଳା ହୋଇ ଖୋଜୁଛନ୍ତି । କିଏ ପାଉଛନ୍ତି କିଏ ପୁଣି ପାଉ ନାହାନ୍ତି । ଜଣେ ବ୍ୟକ୍ତି ଦୁର୍ଘଟଣାସ୍ଥଳରେ ନିଜ ପୁଅକୁ ଖୋଜୁଛନ୍ତି  । କେଉଁଠି ନ ପାଇ ଶବକୁ ଆଡେଇ ଆଡୋଇ ପୁଅକୁ ଖୋଜୁଛନ୍ତି । ଏ ଛାତିଥର ଦୃଶ୍ୟ ଉଦ୍ଧାରକାରୀଙ୍କ ଆଖି ଓଦା କରି ଦେଉଛି । ତଥାପି  ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ଅନ୍ୟାନ୍ୟ ସଂସ୍ଥାମାନେ ଉଦ୍ଧାର କାମ ଜାରି ରଖିଛନ୍ତି। ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏପରିକି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଯାଇ ଆହତ ଯାତ୍ରୀଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଠି କହିରଖିବୁ, SCBରେ ୧୦୬ ଜଣ ଆହତ ଯାତ୍ରୀ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ  ୬ ଜଣଙ୍କୁ  SCBରୁ ଡିସଚାର୍ଜ  କରାଯାଇଛି ।

Leave A Reply

Your email address will not be published.