Latest Odisha News

BREAKING NEWS

ଉପନିର୍ବାଚନ: ଭୁବନେଶ୍ୱର ସିଇଓଙ୍କ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଆଉ କିଛି ଦିନ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ସିଇଓଙ୍କ ଅଫିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଦୁଇ ନିର୍ବାଚନମଣ୍ଡଳୀର ଲୋକମାନେ ଫୋନ୍ (୦୬୭୪-୨୩୯୧୧୫୫) କିମ୍ବା ଫ୍ୟାକ୍ସ (୦୬୭୪-୨୫୩୬୬୪୫) ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ।

ତେବେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ପୋଲିଂ ଅଧିକାରୀଙ୍କ ଦ୍ୱାରା ସମାଧାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

 

Leave A Reply

Your email address will not be published.