Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସମେତ ୪ ଆହତ

ଅନୁଗୁଳ : ଅନୁଗୁଳ ଠାରୁ ପ୍ରାୟ ୧୫ କିମି. ଦୂର ଖଣ୍ଡନାଳ ନିକଟରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ଗାଡି ଦୁର୍ଘଟଣାଗସ୍ତ ହେବାରୁ ତାଙ୍କ ସହ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଯୋଗେଶ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ସୁନ୍ଦରଗଡରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମହିଧରପୁର-ଆଠଗଡ ରାସ୍ତା ଦେଇ ଯାଉଥିବାବେଳେ ଖଣ୍ଡନାଳୀ ନିକଟରେ ଡ୍ରାଇଭର ଜଣକ କୌଣସି କାରଣବଶତଃ ଭାରସାମ୍ୟ ହରାଇବାରୁ ଗାଡିଟି ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ଗାଡିରେ ନିଆଁ ଲାଗିଯାଇଥିଲା ।

ଏହି ଦୁର୍ଘଟଣାରେ ଶ୍ରୀଯୁକ୍ତ ସିଂହଙ୍କ ସମେତ ତାଙ୍କ ଡ୍ରାଇଭର ଓ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ସେହି ରାସ୍ତା ଦେଇ ଏକ ବରଯାତ୍ରୀ ଗାଡି ଯାଉଥିବାବେଳେ ସେମାନେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ପରବର୍ତ୍ତୀ ସମୟରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ଏହି ପୂର୍ବତନ ବିଧାୟକଙ୍କ ମୁଣ୍ଡ, ଆଖି ଓ ହାତରେ ଆଘାତ ଲାଗିଥିବାବେଳେ ଅନ୍ୟ ୩ଜଣ ସାମାନ୍ୟ ଆହତ ହୋଇଥିବା ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଃ ଏସସି ପାତ୍ର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.