ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।
ଏପଟେ ଭଦ୍ରକ ପୌରପାଳିକା ସହ କେତେକ ପଞ୍ଚାୟତ ଓ ତିହିଡି ବ୍ଲକରେ ବନ୍ୟା ସୃଷ୍ଟି ହୋଇଛି । ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଅନେକ ପୁରୁଣା ଘାଇରେ ପାଣି ପ୍ରବେଶ କରୁଛି । ଏଭଳି ସ୍ଥିତିକୁ ଆହୁରି ଗମ୍ଭୀର କରିପାରେ ଲଗାଣ ବର୍ଷା ।
ସେହିପରି ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ଉପରେ ନଜର ରଖିଛି ପ୍ରଶାସନ । ହଦଗଡ଼ ଡ୍ୟାମ ୨ଟି ଗେଟ୍ ଖୋଲା ଯାଉଛି ।
ସୂଚନାଥାଉକି, ଭାରତୀୟ ପାଣିପାଗ ବିଭାଗ ସୂଚନାନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଖ ବାଂଲାଦେଶ ଉପରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେଉଛି । ଶନିବାରକୁ ଲଘୁଚାପ ରୂପ ନେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ମୌସୁମୀ ଟ୍ରଫ୍ ସହ ସମାନ୍ତରାଳ ଭାବେ ଗାଙ୍ଗେୟ ପଶ୍ଚିମବଙ୍ଗ, ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ।
