Latest Odisha News

BREAKING NEWS

ବକୁଳ ବନ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳକୁ ଦିଆଯାଉ- ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା ମାଧ୍ୟମରେ ସ୍ୱରାଜ ଓ ସ୍ୱାବଲମ୍ବୀ  ଚେତନା ଜାଗ୍ରତ କରିବା ପାଇଁ ୧୯୦୯ରେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କିନ୍ତୁ ଏବେ ସେହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ । ଏହା ଖୁବ ଚିନ୍ତାର ବିଷୟ ।  ଏହାକୁ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏହାର ରକ୍ଷଣାବେକ୍ଷଣ ପାଇଁ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳକୁ ଦିଆଯିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଞ୍ଜାବ କେଶରୀ ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଲୋକସେବା ମଣ୍ଡଳ ପକ୍ଷରୁ ଲାଜପତ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏକବିଂଶ ଶତାବ୍ଦୀର ନୂଆ ବିକଶିତ ଭାରତ ନିର୍ମାଣ କରିବା ପାଇଁ ସମାଜକୁ ସତ୍ୟବାଦୀ ବନବିଦ୍ୟାଳୟ ଚଲାଇବା ପାଇଁ ହେବ । ଯେଉଁ ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟରେ ବକୁଳ ବନ ବିଦ୍ୟାଳୟ ସ୍ଥାପନା ହୋଇଥିଲା, ସେହି ମୂଲ୍ୟବୋଧ ଓ ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ । ଏହା ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଲାଲା ଲାଜପତ ରାୟଙ୍କ ଭଳି ମହାପୁରୁଷଙ୍କ ସ୍ୱପ୍ନ ପୂରଣ ହୋଇପାରିବ । ତେଣୁ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳ ଏବଂ ସମାଜ ଭଳି ସଂଗଠନ ହାତରେ ନ୍ୟସ୍ତ କରିବା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଲାଜପତ ଭବନ ପରିସରରେ ଲାଲ୍ ଲାଜପତ ରାୟଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ।

 

 

 

Leave A Reply

Your email address will not be published.