Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର

ବଲାଙ୍ଗୀର : ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀରର ଆସିଷ୍ଟାଣ୍ଡ କର୍ମସିଆଲ ଟ୍ୟାକ୍ସ ଅଫିସର (ଏସିଟିଓ) ଧୀରେନ୍ଦ୍ର ମିଶ୍ରଙ୍କ ଘରେ ଗୁରୁବାର ଦିନ ଚଢାଉ କରାଯାଇଛି ।

ସୂଚନା ଅନୁଯାୟୀ ଭିଜିଲାନ୍ସର ଏକ ଟିମ୍ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଟିଓଙ୍କ ଘରେ ଚଢାଉ କରିଛି । ଅନ୍ୟପକ୍ଷରେ ଏହି ଚଢଉ ବେଳେ ପାଖାପାଖି ୧ କୋଟରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

ଏଥିସହିତ ଏହି ସମ୍ପତ୍ତି ମଧ୍ୟରେ ନଗଦ ୪.୭୧ ଲକ୍ଷ ଟଙ୍କା ସହ ଅନେକ ସୁନା ଗହଣା ରହିଥିବା ନେଇ ସୁତ୍ରରୁ ପ୍ରକାଶ । ଆହୁରି ମଧ୍ୟ ତାଙ୍କର ବଲାଙ୍ଗୀର ଓ କଣ୍ଟାବାଜି ଅଫିସରେ ଚଢାଇ କରି ଅନେକ ଜରୁରୀ କାଗଜପତ୍ର ଜବତ କରିବା ସହ ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡକୁ ମଧ୍ୟ ସିଜ୍  କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.