Latest Odisha News

BREAKING NEWS

ବାତ୍ୟା ତିତଲି: ବ୍ୟାପକ ଟ୍ରେନ ସମ୍ପତ୍ତି କ୍ଷୟକ୍ଷତି, ରେଳ ଚଳାଚଳ ବ୍ୟାହତ

ଭୁବନେଶ୍ୱର: ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ତିତଲି ସିନା ଟଳିଗଲା, କିନ୍ତୁ ଇଷ୍ଟକୋଷ୍ଟ ରେଲୱେ ଅଧିନରେ ଥିବା ଅନେକ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ପହଞ୍ଚାଇଛି ।

ଏହି ତିତଲି ବାତ୍ୟାର ପ୍ରଭାବରେ ଇଷ୍ଟକୋଷ୍ଟ ରେଲୱେ ଅଧିନରେ ଥିବା ଅଧିକାଂଶ ଷ୍ଟେସନର ଷ୍ଟେସନ ବିଲ୍ଡିଂ, ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର, ଫୁଟ ଓଭରବ୍ରିଜ ସମେତ ଅନେକ ସରକାରୀ ସମ୍ପତ୍ତି ଭାଙ୍ଗିରୁଜି ଯାଇଛି ।

ଇଷ୍ଟକୋଷ୍ଟ ରେଲୱେ ସୂତ୍ରରୁ ଜଣାପଡ଼ିଛି, ପଲାସା ଓ କୋଟାବମାଲି ଷ୍ଟେସନ ମଧ୍ୟରେ ସିଗନାଲ ଖୁଣ୍ଟସହିତ ରେଳ ଲାଇନ ଉପରେ ଯାଇଥିବା ବ୍ୟାପକ ବିଦ୍ୟୁତ ତାର ଛିଣ୍ଡିଯାଇଛି । ମିଳିଥିବା ସୂଚନାନୁଯାୟୀ ଅନେକ ସ୍ଥାନରେ ରେଳ ଟ୍ରାକ ଉପରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିରହିଥିବାରୁ ରେଳ ଚଳାଚଳ ବ୍ୟାହତ ହୋଇଛି ।

ତିତଲି ବାତ୍ୟାର ପ୍ରଭାବ ଯୋଗୁଁ ଇଷ୍ଟକୋଷ୍ଟ ରେଲୱେ ବିଭାଗ ପକ୍ଷରୁ କେତେକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ କେତେକ ଟ୍ରେନର ଦିବ ପରିବର୍ତ୍ତନ ମଧ୍ୟ କରାଯାଇଛି ।

ବାତିଲ ଟ୍ରେନ
୧ – ୨୨୮୧୯ /୨୨୮୨୦ ଭୁବବେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ଦିଗରୁ ୧୧-୧୦-୨୦୧୮ ତାରିଖ ଦିନ ବାତିଲ ।
୨ – ୨୨୮୭୪ ଯଶବନ୍ତପୁରରୁ ଆସୁଥିବା ବିଶାଖାପାଟଣା-ଦିଘା ଏକ୍ସପ୍ରେସ ୧୧-୧୦-୨୦୧୮
୩ – ୧୨୮୬୪ ଯଶବନ୍ତପୁରରୁ ଆସୁଥିବା ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ ୧୦-୧୦-୨୦୧୮
୪ – ୧୨୫୦୯ ବାଙ୍ଗାଲୋରରୁ ଆସୁଥିବା ବାଙ୍ଗାଲୋର କ୍ୟାଣ୍ଟ – ଗୌହାଟୀ ଏକ୍ସପ୍ରେସ ୧୦-୧୦-୨୦୧୮ ।
୫ – ୧୫୨୨୭ ଯଶବନ୍ତପୁରରୁ ଆସୁଥିବା ଯଶବନ୍ତପୁର – ମୁଜାଫରପୁର ଏକ୍ସପ୍ରେସ ୧୦-୧୦-୨୦୧୮
୬ – ୧୮୬୪୫ – ହାୱଡ଼ାରୁ ଆସୁଥିବା ହାୱଡ଼ା – ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ୧୧-୧୦-୨୦୦୧୮


ଅନ୍ୟ ରୁଟରେ ଦିଗ ପରିବର୍ତ୍ତନ କରିଥିବା ଟ୍ରେନ
୧ – ୧୨୭୦୩ ହାୱଡ଼ାରୁ ଛାଡ଼ିବାକୁ ଥିବା ହାୱଡ଼ା – ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ ୧୧-୧୦-୨୦୧୮ ଦିନ ଖଡ଼ଗପୁର-ଟାଟା-ବିଳାଳସପୁର-ନାଗପୁର-କାଜିପେଟ ଦେଇ ଯିବ
ପୁନଃ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ହୋଇଥିବା ଟ୍ରେନ
୧ – ୨୨୬୦୩ ଖଡ଼ଗପୁରରୁ ଆସୁଥିବା ଖଡ଼ଗପୁର-ଭିଲ୍ଲୁପୁରମ ଏକ୍ସପ୍ରେସ ୧୧-୧୦-୨୦୧୮ ତାରିଖ ଦିନ ୧୪୦୫ ସମୟ ବଦଳରେ ୧୮.୦୫ ସମୟରେ ଛାଡ଼ିବ ।
୨ – ୧୮୬୪୬ ହାଇଦ୍ରାବାଦରୁ ଛାଡ଼ିବାକୁ ଥିବା ହାଇଦ୍ରାବାଦ – ହାୱଡ଼ା ଇଷ୍ଟକୋଷ୍ଟ ଏକ୍ସପ୍ରେସ ୧୧-୧୦-୨୦୧୮ ତାରିଖ ଦିନ ୦୯.୫୦ ପରିବର୍ତ୍ତେ ୧୨.୦୦ ସମୟରେ ଛାଡ଼ିବ ।
୧୧-୧୦-୨୦୧୮ ତାରିଖ ଦିନ ପୁନର୍ବାର ଚଳାଚଳ ଘୋଷିତ ହେବା ନେଇ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.