Latest Odisha News

BREAKING NEWS

ବଢୁଛି ଚିନ୍ତା: ରାଜ୍ୟରେ ଆଉ ୧୭୫ ନୂଆ ଆକ୍ରାନ୍ତଙ୍କ ସହ ୪୩୩୮ ରେ ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର:ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ଘଣ୍ଟାରେ ୧୭୫ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି ।
ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୪୫ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୩୦ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୨୦ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ଅଗ୍ନିଶମ/ଓଡ୍ରାଫ୍ କର୍ମୀ ରହିଛନ୍ତି, ଯେଉଁମାନେକି ନିକଟରେ ବାତ୍ୟା ଅମ୍ଫାନର ପୁନରୁଦ୍ଧାର ନିମନ୍ତେ ପଶ୍ଚିମବଙ୍ଗ ଯାଇଥିଲେ। ଫେରିଥିଲେ ।

Leave A Reply

Your email address will not be published.