Latest Odisha News

‘ବାଳିକା ବଧୁ’ର ଆନନ୍ଦୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଛୋଟ ପରଦାର ପ୍ରସିଦ୍ଧ ଧାରାବାହିକ ‘ବାଳିକା ବଧୁ’ ରେ ଆନନ୍ଦୀ ଭୂମିକାରେ ଅଭିନୟ କରି ଲୋକଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିକା ଗୌର । ରାଜସ୍ଥାନୀ ପୃଷ୍ଠଭୂମିରେ ନିର୍ମିତ ଏହି ଧାରାବାହିକରେ ନିଖୁଣ ଅଭିନୟ କରିଥିଲେ ଅଭିକା । ତେବେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଅଭିକାଙ୍କ ଗ୍ଲାମରସ୍ ଲୁକ୍ ଏବେ ସୋସିଆଲ ମିଡିଆରେ ଦେଖି ପ୍ରଶଂସକ ପାଗଳ । ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କ ପସନ୍ଦ ହୋଇଛି ।

BjdElectrycity

୧୯୯୭ ମସିହା ଜୁନ ୩୦ରେ ଅଭିକା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୨୦୦୭ରେ ପ୍ରଥମେ ଶିଶୁ କଳାକାର ଭାବେ ଟିଭି ଦୁନିଆରେ ପାଦ ଦେଇଥିଲେ । ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ ଧାରାବାହିକ ‘ବାଳିକା ବଧୁ’ରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ଅଭିକାଙ୍କ ସୁନ୍ଦର ଅଭିନୟ ପ୍ରତ୍ୟେକ ଦର୍ଶକଙ୍କ ପସନ୍ଦ ହୋଇଥିଲା । ଏହି ଧାରାବାହିକର ଲୋକପ୍ରିୟତା ତାଙ୍କୁ ଅନେକ ଖ୍ୟାତି ଦେଇଥିଲା । ପରେ ‘ଶଶୁରାଲ ସିମର କା’ ଓ ‘ଝଲକ ଦିଖ୍‌ଲା ଜା’ ଭଳି ଶୋରେ ଅଭିକାଙ୍କୁ ଦେଖିବାକୁ ମିଳିଥିଲେ ବି ତାଙ୍କର ଅଭିନୟ ଏତେଟା ଦର୍ଶକଙ୍କ ମନକୁ ଛୁଇଁ ପାରି ନ ଥିଲା । ଏଥିସହିତ ସେ ଅନେକ ସାଉଥ୍ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ, ଯାହା ତାଙ୍କୁ ଟଲିଉଡରେ ପ୍ରତିଷ୍ଠିତ କରିପାରିଥିଲା ।
ଅଭିକାଙ୍କ ଗ୍ଲାମରସ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିକା କୁହନ୍ତି, ସମୟ ଥିଲା ଯେତେବେଳେ ସେ ବହୁତ ମୋଟା ଦେଖାଯାଉଥିଲେ । ନିଜ ଚେହେରାକୁ ନିଜେ ଦର୍ପଣ ଆଗରେ ଦେଖିବାକୁ ପସନ୍ଦ କରୁ ନ ଥିଲେ ସେ । ପରେ ନିଜ ଚେହେରା ଉପରେ ଗୁରୁତ୍ୱ ଦେଇ ନିୟମିତ ବ୍ୟାୟାମ କରିବା ସହ ଖାଦ୍ୟରେ କଟକଣା କରି ଏ ପର୍ଯ୍ୟନ୍ତ ୧୩ କେଜି ଓଜନ କମ୍ କରିପାରିଛନ୍ତି । ଏବେ ତାଙ୍କ ପରିବର୍ତ୍ତନ ଦେଖି ପ୍ରଶଂସକମାନେ ବିଶ୍ୱାସ କରି ପାରୁନାହାନ୍ତି । ଅଭିକା ଖୁବ୍ ଶୀଘ୍ର ବିକ୍ରମ ଭଟ୍ଟଙ୍କ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି, ଯାହାର ନାମ ରହିଛି ‘୧୯୨୦ ହାରାସ୍ ଅଫ ଦି ହାର୍ଟ’ । ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଛନ୍ତିି ମହେଶ ଭଟ୍ଟ ।

Leave A Reply

Your email address will not be published.