Latest Odisha News

ଶ୍ରୀମନ୍ଦିରରେ ବନକଲାଗି ନୀତି ୨ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ବନକଲାଗି ନୀତି ‘ଶୃଙ୍ଗାର’ ଦ୍ରବ୍ୟ ଅଭାବ ଯୋଗୁଁ ପ୍ରାୟ ୨ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।

ଏହି ନୀତି ଅନୁଷ୍ଠିତ ହେବା ପୂର୍ବରୁ ‘ଶୃଙ୍ଗାର’ ସଠିକ୍ ସମୟରେ ପହଞ୍ଚି ପାରିନଥିବାରୁ ଏହି ନୀତିରେ ବିଳମ୍ବ ଘଟିଥିଲା । ଏହା ଫଳରେ ଶ୍ରୀମନ୍ଦିରରେ କିଛିସମୟ ଲାଗି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହି ନୀତି ଗୁରୁବାର ଦିନ ୪.୫୫ ସମୟରେ ଆରମ୍ଭ ହୋଇ ରାତ୍ର ୭.୨୫ ମିନିଟରେ ସମାପ୍ତ ହୋଇଥିଲା । ପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।

ଏହି ନୀତି ସାଧାରଣତଃ ଶ୍ରୀମନ୍ଦିରରେ ଥିବା ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.