Latest Odisha News

BREAKING NEWS

କଣ୍ଟାମାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ କୋଶଲ ସମନ୍ୱୟ ସମିତି ପକ୍ଷରୁ ଶୁକ୍ରବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ସମିତି ପକ୍ଷରୁ ୩ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସେଥିମଧ୍ୟରେ କଣ୍ଟାମାଳ ବ୍ଲକକୁ ସବ୍ ଡିଭିଜନ୍ ଘୋଷଣା, ତେଲ ନଦୀ ଓ ତରଭା ନଦୀ ସେତୁର ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଏବଂ ବେଆଇନ୍ ଜମି ଜବରଦଖଲ ଉଚ୍ଛେଦ ଆଦି ରହିଛି ।

ବିଭିନ୍ନ ସ୍ଥାନରେ ସମିତି ପକ୍ଷରୁ ପିକେଟିଂ ସହ ରାସ୍ତାରୋକ୍ କରାଯାଇଛି । ଯାହା ଫଳରେ କଣ୍ଟାମାଳରୁ ବୌଦ୍ଧ ଯାଏଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସହରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି ।

Leave A Reply

Your email address will not be published.