Latest Odisha News

BREAKING NEWS

ଋଷ ୟୁକ୍ରେନ ଯୁଦ୍ଧ, ବାଂଲାଦେଶର ବତି ଗୁଲ୍!

ଢ଼ାକା: ବାଂଲାଦେଶର ବିଭିନ୍ନ ସ୍ଥାନରେ ଏବେ ବିଦ୍ୟୁତ୍ ଯୋଗାଣ ସେବା ପୁଣିଥରେ ସ୍ୱାଭାବିକ ହୋଇଛି। ବାଂଲାଦେଶର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୪ରେ ବାଂଲାଦେଶର ଜାତୀୟ ବିଦ୍ୟୁତ ଗ୍ରୀଡରେ ବିଭ୍ରାଟ ଦେଖାଦେବାରୁ ବାଂଲାଦେଶର ପାଖାପାଖି ୧୬ କୋଟି ଜନସଂଖ୍ୟାରୁ ୧୪ କୋଟି ଲୋକ ପାଓ୍ୱାର କଟ୍ ବା ଅନ୍ଧାରର ସାମ୍ନା କରିଥିଲେ।

ମଙ୍ଗଳବାର ଅପରାହ୍ନ ୨.୦୫ ରେ ବିଦ୍ୟୁତ କାଟ ଆରମ୍ଭ ହୋଇଥିଲା ପରେ ରାତି ୯ ଟା ପରେ ପର୍ଯ୍ୟାୟକ୍ରମେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା। ପ୍ରାୟ ସାତ ଘଣ୍ଟାରୁ ଅଧିକ ସମୟ ବାଂଲାଦେଶର ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ତେବେ କ’ଣ ତ୍ରୁଟି ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବିଦ୍ୟୁତ ସେବା ସ୍ବାଭାବିକ ହେବା ପରେ ବିଭ୍ରାଟର କାରଣ ଖୋଜା ଚାଲିଛି।

ଏହି ସମୟରେ ରାଜଧାନୀ ଢାକାରେ ଦୋକାନୀମାନେ ଦୀପ ଜାଳିଥିଲେ ଏବଂ ରେଷ୍ଟୁରାଣ୍ଟରେ କ୍ୟାଣ୍ଡେଲ ଲଗାଇ ଡିନର ମିଲ୍ ପରସା ଯାଇଥିବା ବେଳେ ଗତକାଲି ବାଂଲାଦେଶ କ୍ୟାଣ୍ଡେଲ ବା ବତି ଲଗାଇ ବିଜୁଳି ଆସିବାକୁ ଅପେକ୍ଷା କରିଥିଲା।

ବାଂଲାଦେଶର ଶକ୍ତି ମନ୍ତ୍ରୀ ନାଜୁଲ ହମିଦ ଏକ ବିବୃତ୍ତିରେ କହିଛନ୍ତି ଯେ ବିଦ୍ୟୁତ କାଟ ଯୋଗୁଁ ହୋଇଥିବା “ଅସ୍ଥାୟୀ ଅସୁବିଧା” ପାଇଁ ସେ ଦୁଃଖିତ। ସେହିପରି ଶକ୍ତି ବିଭାଗର ମୁଖପାତ୍ର ଶ୍ୟାମ ହାସନ କହିଛନ୍ତି ଯେ ଏପରି ବିଦ୍ୟୁତ ବିଭ୍ରାଟ କାହିଁକି ଘଟିଲା ଜାଣିବାକୁ ଇଞ୍ଜିନିୟରମାନେ ଚେଷ୍ଟା କରୁଛନ୍ତି।

ନିକଟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବା ପାଇଁ ସରକାର ସମସ୍ତ ଡିଜେଲ ଚାଳିତ ବିଦ୍ୟୁତ୍ ଉତ୍ପାଦନ କାମ ଉପରେ ସ୍ଥଗିତ ରଖିଛନ୍ତି। ଏବେ ଏହା ବାଂଲାଦେଶର ଅର୍ଥନୀତିକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଛି। ଡିଜେଲ ଚାଳିତ ବିଦ୍ୟୁତ୍ ଉତ୍ପାଦନ ବାଂଲାଦେଶର ବିଦ୍ୟୁତ୍ ଉତ୍ପାଦନର ପ୍ରାୟ ଛଅ ପ୍ରତିଶତ ରହିଛି। ହେଲେ ଏହା ବନ୍ଦ ହେବା ପରେ ୧୫୦୦ ମେଗାୱାଟ ପର୍ଯ୍ୟନ୍ତ ବିଜୁଳି ହ୍ରାସ ପାାଇଛି।

ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସାରା ବିଶ୍ବରେ ଶକ୍ତି ସଙ୍କଟ ଦେଖାଦେଇଚି। ଯାହାର ପ୍ରଭାବ ବାଂଲାଦେଶ ଉପରେ ମଧ୍ୟ ପଡିଛି। ତେଣୁ ବିଦ୍ୟୁତ୍ ଚାହିଦା ପୂରଣ ହୋଇପାରୁନି। ଅନ୍ତିମ ଥର ପାଇଁ ନଭେମ୍ବର ୨୦୧୪ରେ ବାଂଲାଦେଶରେ ଦୀର୍ଘ ସମୟ ପାଇଁ ବିଦ୍ୟୁତ ବିଭ୍ରାଟ ଦେଖା ଦେଅଥିଲା । ସେତେବେଳେ ଦେଶର ପ୍ରାୟ ୭୦ ପ୍ରତିଶତ ଲୋକ ପ୍ରାୟ ୧୦ ଘଣ୍ଟା ପାଇଁ ବିଦ୍ୟୁତ୍ ବିଭ୍ରାଟର ସାମ୍ନା କରିଥିଲେ।

Leave A Reply

Your email address will not be published.