Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତି ହେଲେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା

କୋଲକାତା: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଅସୁସ୍ଥତା କାରଣରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସାରେ ତାଙ୍କୁ ଚିକନଗୁନିଆ ହୋଇଥିବା ଅନୁମାନ କରାଯାଉଛି । ସାମାନ୍ୟ ଜ୍ୱର ରହିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଡଲ୍ୟାଣ୍ଡସ ଡାକ୍ତରଖାନାର ଏମଡି ଓ ସିଇଓ ରୂପାଲୀ ବସୁଙ୍କ ସହ ଏକ ଟିମ ଡୋନାଙ୍କ ଉପରେ ନଜର ରଖିଛନ୍ତି । ତାଙ୍କୁ ଚିକନଗୁନିଆ ହୋଇଥିବା ବସୁ କହିଛନ୍ତି ।

ଏବେ ଡୋନାଙ୍କୁ ତରଳ ପଦାର୍ଥ ଦିଆଯାଉଛି । ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସୌରଭଙ୍କ ଭାଇ ସ୍ନେହାଶୀଷ ଗାଙ୍ଗୁଲି ଆଶା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଡୋନା ଓଡିଶୀ ନୃତ୍ୟୁରେ ବେଶ ପାରଙ୍ଗମ । ସେ ସମୟରେ ଗାଙ୍ଗୁଲି ଏବଂ ଡୋନାଙ୍କ ପ୍ରେମକାହାଣୀ ବେଶ ଚର୍ଚ୍ଚିତ ଥିଲା ।

Leave A Reply

Your email address will not be published.