Latest Odisha News

BREAKING NEWS

ସୀମାରେ ବିଏସଏଫର ବଡ଼ ଆକ୍ସନ : ଟାର୍ଗେଟରେ ଗୋରୁ ମାଫିଆ

ବାଂଲାଦେଶ : ସୀମାରେ ସୁରକ୍ଷା ବାହିନୀର ବଡ ଆକ୍ସନ। ଭାରତ-ବାଂଲାଦେଶ ସୀମାନ୍ତ ହବିଗଞ୍ଜ ଜିଲ୍ଲା ଚୁନାରୁଘାଟର ସୀମାରେ ଭାରତୀୟ ସୀମା ସୁରକ୍ଷା ବଳର ଗୁଳିଚାଳନାରେ ଜଣେ ବାଂଲାଦେଶୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସୋହାଗ ମିଆଁ (୨୦) ବୋଲି ସୂଚନା ମିଳିଛି। ବାଂଲାଦେଶ ଗଣମାଧ୍ଯମ ଅନୁଯାୟୀ, ରବିବାର ସକାଳେ ଚିମଟିବିଲ ଖାସ୍ ଅଞ୍ଚଳ ନିକଟରେ ଗୋରୁ ଚରାଇବା ସମୟରେ ସୋହାଗ ସୀମାରେଖା (ଜିରୋ ଲାଇନ୍)ପାର୍ ହୋଇ ଭାରତୀୟ ସୀମାର ପ୍ରାୟ ୧ କିଲୋମିଟର ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଭାରତୀୟ ସୀମା ସୁରକ୍ଷା ବଳ ସନ୍ଦେହଜନକ ଭାବେ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ।

ଗୁଳିଶବ୍ଦ ଶୁଣି ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରି ସୀମାନ୍ତ ଅଞ୍ଚଳରୁ ସୋହାଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଚୁନାରୁଘାଟ ଉପଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ବିଜିବି ଦାବି କରିଛି ଯେ, ସୋହାଗଙ୍କ ପରିବାରର କିଛି ସଦସ୍ୟ ଗୋରୁ ତସ୍କରିରେ ସାମିଲ ଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ବିଜିବିର କହିବା ଅନୁଯାୟୀ, ଗୋରୁ ଚାଲାଣକାରୀ ସନ୍ଦେହରେ ଏହି ଗୁଳିଚାଳନା ହୋଇଥିଲା। ଚୁନାରୁଘାଟ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.