Latest Odisha News

ଧର୍ମନିରପେକ୍ଷ ଶବ୍ଦ ହଟାଯାଉ, ବାଂଲାଦେଶରେ ୯୦% ଜନସଂଖ୍ୟା ମୁସଲିମ

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି। ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସରକାରରେ ହିନ୍ଦୁମାନେ ଆଉ ସୁରକ୍ଷିତ ନୁହଁନ୍ତି।

ଏହି ସମୟରେ ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ବର୍ତ୍ତମାନ ସମ୍ବିଧାନରେ ବଡ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଦେଶର ୯୦% ଜନସଂଖ୍ୟା ମୁସଲମାନ ତେଣୁ ଧର୍ମନିରପେକ୍ଷ ଶବ୍ଦକୁ ସମ୍ବିଧାନରୁ ହଟାଇବା ଉଚିତ।

୧୫ ତମ ସଂଶୋଧନର ବୈଧତା ଉପରେ କୋର୍ଟଙ୍କ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ମହମ୍ମଦ ଆସାଦୁଜମାନ ଜଷ୍ଟିସ ଫରାହ ମେହବୁବ ଏବଂ ଦେବଶିଶ ରୟ ଚୌଧୁରୀଙ୍କ ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।

ଆଟର୍ଣ୍ଣି ଜେନେରାଲ କହିଛନ୍ତି, ‘ପୂର୍ବରୁ ସର୍ବଦା ଆଲ୍ଲାଙ୍କ ଉପରେ ବିଶ୍ୱାସ ଓ ଆସ୍ଥା ଥିଲା। ମୁଁ ଚାହେଁ ଏହା ପୂର୍ବ ଭଳି ରହୁ। ଧାରା ୨ ଏ ଅନୁଯାୟୀ, ରାଷ୍ଟ୍ରରେ ସମସ୍ତ ଧର୍ମକୁ ସମାନ ଅଧିକାର ଦିଆଯିବ। ଧାରା ୯ରେ ‘ବେଙ୍ଗଲି ଜାତୀୟତା’ ବାବଦରେ ଆଲୋଚନା କରାଯାଇଛି। କିନ୍ତୁ ଏହା ପରସ୍ପର ବିରୋଧୀ।

Comments are closed.