Latest Odisha News

BREAKING NEWS

ବ୍ୟାଙ୍କରେ ଟଙ୍କା ଜମା କରିବା ହୋଇଯିବ ସହଜ: ଯେକୌଣସି ଏଟିଏମ ମାଧ୍ୟମରେ ଜମା କରିପାରିବେ ଟଙ୍କା

ଭୁବନେଶ୍ୱର: ଯଦି କୌଣସି ଏଟିଏମ ରେ ଜମା କଲେ ଟଙ୍କା ନିଜ ଆକାଉଣ୍ଟ ରେ ଜମା ହୋଇଯିବ ତାହାଲେ କେମିତି ଲାଗିବ ? କଥାଟା ଶୁଣିବାକୁ ଅଜବ ଲାଗିଲେ ବି ସତ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହି ପ୍ଲାନ ଉପରେ କାମ କରୁଛି ଯାହା ଦ୍ୱାରା ଏଥିରୁ ବଡ଼ ବ୍ୟାଙ୍କର ଏଟିଏମ ସବୁକୁ ଯୋଡିଦିଆଯିବ । ଯୋଜନା ଲାଗୁହୋଇଗଲା ପରେ କୌଣସି ବ୍ୟାଙ୍କ ର ଏଟିଏମ ବା ବ୍ରାଞ୍ଚ ଯାଇ ନିଜର ଆକାଉଣ୍ଟ ରେ ପଇସା ଜମା କରିପାରିବେ ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସି ଆଇ) ସବୁ ବଡ଼ ବ୍ୟାଙ୍କକୁ ଟଙ୍କା ଜମା କରିବା ଏହି ଯୋଜନା ରେ କାମ ଆରମ୍ଭ କରିଦେଇଛନ୍ତି । ଏହି ସମ୍ପର୍କରେ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେମିତି ୟୁପିଆଇ ଜରିଆରେ କୋୖଣସି ବ୍ୟାଙ୍କରୁ ପଇସା ଟ୍ରାନ୍ସଫର କରାଯାଏ , ଏଥିରେ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏନପିସିଆଇ ବଡ଼ ବ୍ୟାଙ୍କ ମାନଙ୍କୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେବାକୁ କହିଛି । ଜଲ୍ଦି ଏହା ଲାଗୁ କରାଯିବ ।

ଗ୍ରାହକଙ୍କ ସହ ବ୍ୟାଂକମାନଙ୍କୁ ମଧ୍ୟ ଫାଇଦା ହେବ। ଖାତାଧାରୀ ଙ୍କୁ ସୁରକ୍ଷିତ ଭାବେ ନିଜ ଖାତାରେ ପଇସା ଜମା ଯେକୌଣସି ଏଟିମ ବା ବ୍ୟାଙ୍କରେ କରାଯାଇପାରିବ । ଏହା ଦ୍ୱାରା ପଇସା ଓ ସମୟ ବଞ୍ଚି ଯିବ । ଆହୁରି ମଧ୍ୟ ପଇସା କୁ ବ୍ୟାଙ୍କ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ନେବରୁ ବଂଚିତ ହୋଇଯିବେ । ଏଥିରେ ମଧ୍ୟ ବ୍ୟାଙ୍କ କୁ ଫାଇଦା ହେବ । ବାରମ୍ବାର ଏଟିଏମ ରେ ପଇସା ଜମା କରିବାରୁ ବ୍ୟାଙ୍କକୁ ମୁକ୍ତି ମିଳିବ କାରଣ ଜମାକାରୀ ଙ୍କ ପଇସା କୁ ଅନ୍ୟ କାଢ଼ିବାକୁ ଥିବା ଖାତାଧାରୀ ନେଇପାରିବେ ।ଏଥିରେ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହୋଇଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଲାଗୁକରାଯିବାର ତାରିଖ ସମ୍ପର୍କରେ କୌଣସି ସୂଚନା ନାହିଁ । ହେଲେ ଅଶାକରାଯାଉଛି କି ଏବର୍ଷ ହୋଇପାରେ ।

Leave A Reply

Your email address will not be published.