Latest Odisha News

BREAKING NEWS

ପୁଅରୁ ଝିଅ ପାଲଟିଥିବା ଏହିସବୁ କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ…

ମୁମ୍ବାଇ: ଜୀବନରେ ଅନେକ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ । ଏହା ମଧ୍ୟରୁ ଏପରି କିଛି ଘଟଣା ଅଛି ଯାହା ଆମ ମନକୁ ଦ୍ୱନ୍ଦ୍ୱରେ ପକାଏ ଯେ, ଏକା କ’ଣ ସତରେ ସମ୍ଭବ ? ତା’ ମଧ୍ୟରୁ ଯୁବକ ଯୁବତୀରେ ପରିଣତ ହେବା ଅନ୍ୟତମ ।

ଆସନ୍ତୁ ଜାଣିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ ଯେଉଁମାନେ ଯୁବକରୁ ଯୁବତୀ ସାଜିବା ପରେ କିଭଳି ଭାବେ ସଫଳତାର ପାହଚ ଚଢ଼ିଛନ୍ତି ।

ଏହି ତାଲିକାରେ ଆଗରେ ରହିଛନ୍ତି ନିକ୍କି ଚାୱଲା, ଯାହାଙ୍କୁ ଦେଶର ଏକ ଭଳ ମଡେଲ ଭାବେ ବିବେଚନା କରାଯାଏ । ୨୦୦୯ରେ ସେ ଜଣେ ବଳିଷ୍ଠ ଯୁବକ ଥିଲେ । ଏହା ପରେ ସେ ତାଙ୍କ ଲିଙ୍ଗ ପରିବର୍ତନ କରି ସୁନ୍ଦରୀ ଝିଅରେ ପରିଣତ ହୋଇ ଯାଇଥିଲେ । ମଡେଲିଂରେ ମଧ୍ୟ ସେ ଏହାର ଫାଇଦା ଉଠାଇଥିଲେ ।

ବଲିଉଡରେ ବବି ଡାର୍ଲିଂ ଏକ ପରିଚିତ ନାମ । ସେ ଏବେ ନିଜକୁ ଝିଅରେ ପରିଣତ କରାଇ ଦେଇଛନ୍ତି । ସେ ୩୦ରୁ ୪୦ ଫିଲ୍ମରେ ଏବଂ ଅନେକ ଟିଭି ସିରିୟଲରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଏହା ମଧ୍ୟରେ ତାଲ, ଷ୍ଟାଇଲ, କ୍ୟା କୁଲ ହେ ହମ ଫିଲ୍ମ ଅନ୍ୟତମ । ତାଙ୍କ ନାମ ଲିମକା ବୁକ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି ।

ଆଉ ଜଣେ ଟପ ମଡେଲର ହେଲେ ଗୌରବ ଆରୋରା । ଯିଏ କି ଲିଙ୍ଗ ପରିବର୍ତନ କରି ଗୌରୀ ଅରୋରା ପାଲଟିଛନ୍ତି । ୬ ପ୍ୟାକ୍ ଶରୀର ରଖିଥିବା ଏହି ଯୁବକ ଯେ, ଏତେ ସୁନ୍ଦରୀ ଯୁବତୀରେ ବଦଳି ଯିବେ ତାହା କେବେ କେହି ଭାବି ନ ଥିଲେ । ମାଚୋ ମ୍ୟାନ ହେଲେ ମଧ୍ୟ ପିଲାବେଳେ ସେ ଝିଅ ପିଲାଙ୍କ ପରି ରହିବାକୁ ଭଲ ପାଉଥିଲେ ।

ସେହିପରି ଥାଇଲାଣ୍ଡର ତ୍ରିଚଦା ପେଟଚାରଟ ଲିଙ୍ଗ ପରିବର୍ତନ କରି ନୋଙ୍ଗ ପୟରେ ପରିଣତ ହୋଇଥିଲେ । ଏବେ ମଧ୍ୟ ସେ ପୂର୍ବରୁ ପୁଅ ଥିଲେ ବୋଲି କେହି ବିଶ୍ୱାସ କରୁ ନାହାନ୍ତି ।

Leave A Reply

Your email address will not be published.